ଜୟପୁର: ଦେଶ ମାତୃକା ପାଇଁ କିଛି ବି କରିବା । ଖରାତରା ଠୁ ଆରମ୍ଭ କରି ବରଫାବୃତ ଅଞ୍ଚଳରେ ରହି ଦେଶକୁ ସରୁକ୍ଷା ଦେବା । ତାତିରେ ତରିବା ହେଲେ ଶତ୍ରୁକୁ ମାରିବା । ଏପରି ଦୃଢ ଇଚ୍ଛା ଓ ମନୋବଳ ସର୍ବଦା ଭାରତୀୟ ଯବାନଙ୍କ ପାଖରେ ଦେଖିବାକୁ ମିଳିଥାଏ ।
ରେକର୍ଡ ଭଙ୍ଗା ତାତିରେ ସୀମା ଜଗିଛନ୍ତି ଯବାନ - temperature
ବର୍ତ୍ତମାନ ସମୟରେ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରେ ସାରା ଦେଶ ଜଳୁଛି । ତତଲା ଝାଞ୍ଜି ପବନରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହେଉଛି । ହେଲେ ଏଭଳି ସ୍ଥିତିରେ ସୀମାରେ 50 ଡିଗ୍ରୀ ତାପମାତ୍ରାକୁ ସହି ବିଏସେଫ ଯବାନ ମାନେ ଶତ୍ରୁଙ୍କୁ ପ୍ରତିହତ ପାଇଁ ପହରା ପକାଉଛନ୍ତି ।
ବର୍ତ୍ତମାନ ସମୟରେ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରେ ସାରା ଦେଶ ଜଳୁଛି । ତତଲା ଝାଞ୍ଜି ପବନରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହେଉଛି । ଅନେକ ସ୍ଥାନରେ ତାପମାତ୍ରା 45 ଡିଗ୍ରୀ ପାର ହୋଇଥିବା ବେଳେ ସକାଳ 8 ପରେ ଲୋକମାନେ ଘରୁ ବାହାରୁ ନାହାଁନ୍ତି । ହେଲେ ଏଭଳି ସ୍ଥିତିରେ ସୀମାରେ 50 ଡିଗ୍ରୀ ତାପମାତ୍ରାକୁ ସହି ବିଏସଫ ଯବାନମାନେ ଶତ୍ରୁଙ୍କୁ ପ୍ରତିହତ ପାଇଁ ପହରା ଦେଉଛନ୍ତି ।
ତେବେ ରାଜସ୍ଥାନର ଜୈସଲମେର ସୀମାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି । ଭାରତ-ପାକିସ୍ତାନ ସୀମାରେ ତାତି ରେକର୍ଡ ଭାଙ୍ଗିବା ସହ ପାରଦ 50 ଡିଗ୍ରୀ ସେଲସିୟସ ଉପରେ ରହୁଛି । ଏହି ସମୟରେ ଦେଶକୁ ସୁରକ୍ଷା ଦେବା ପାଇଁ ମରୁଭୂମୀରେ ମୁହଁରେ କପଡା ବାନ୍ଧି ସରୁକ୍ଷା କର୍ମୀମାନେ କାର୍ଯ୍ୟରତ ଅଛନ୍ତି । ଏତେ ବଡ ଖରାକୁ ସାମ୍ନା କରିବା ସମୟରେ ଯବାନମାନେ କେବେ ବି କାର୍ଯ୍ୟରୁ ବିରତି ନେଉ ନାହାଁନ୍ତି ।