ପାଟନା: ଚମକି ଜ୍ବରରେ କମ୍ପୁଛି ବିହାର । ଜ୍ବର ପ୍ରକୋପରେ ବିହାରର ମୁଜାଫରପୁରରେ ମୃତ୍ୟୁ ସଂଖ୍ୟା 50 ଛୁଇଁଛି । ଜିଲ୍ଲାରେ ଗରମରୁ କିଛିମାତ୍ରାରେ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଏଯାଏ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉନାହିଁ ।
ଚମକି ଜ୍ବରରେ ମୃତ୍ୟୁସଂଖ୍ୟା 50 ଛୁଇଁଲା
ଚମକି ଜ୍ବରରେ ବୁଧବାର ରାତିରେ କିଛି ଶିଶୁଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖା 50 ଛୁଇଁଛି । ହର୍ଷବର୍ଦ୍ଧନ ମୁଜାଫରନଗର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ ।
ଫାଇଲ ଫଟୋ
ଚମକି ଜ୍ବରରେ ବୁଧବାର ରାତିରେ କିଛି ଶିଶୁଙ୍କର ମୃତ୍ୟୁ ହୋଇଥିବା ଖବର ସମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖା 50 ଛୁଇଁଛି । ବୁଧବାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀ ଦଳ ଶ୍ରୀକୃଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।
ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମୁଜାଫରନଗର ଗସ୍ତ କରିବାକୁ ଥିବା ବେଳେ ଦିଲ୍ଲୀରେ ବୈଠକ କାରଣରୁ ଏହି ଗସ୍ତ ରଦ୍ଦ ହୋଇଛି । ବୈଠକର ଦୁଇଦିନ ପରେ ହର୍ଷବର୍ଦ୍ଧନ ମୁଜାଫରନଗର ଗସ୍ତ କରିବେ ।
Last Updated : Jun 18, 2019, 10:58 AM IST