ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା 5ଟି ଟ୍ରେନ୍ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ଅନ୍ୟ ଲୋକଙ୍କୁ ନେଇ ଯାତ୍ରା ଆରମ୍ଭ କରିସାରିଲାଣି ବୋଲି ରେଳ ଅଧିକାରୀ କହିଛନ୍ତି।
ପ୍ରବାସୀ ଶ୍ରମିକ, ଛାତ୍ରଙ୍କୁ ନେଇ 5ଟି ଟ୍ରେନର ଯାତ୍ରା ଆରମ୍ଭ - shramik train
ବର୍ତ୍ତମାନ ସୁଦ୍ଧା 5ଟି ଟ୍ରେନ୍ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ଅନ୍ୟ ଲୋକଙ୍କୁ ନେଇ ଯାତ୍ରା ଆରମ୍ଭ କରିସାରିଲାଣି ବୋଲି ରେଳ ଅଧିକାରୀ କହିଛନ୍ତି।
![ପ୍ରବାସୀ ଶ୍ରମିକ, ଛାତ୍ରଙ୍କୁ ନେଇ 5ଟି ଟ୍ରେନର ଯାତ୍ରା ଆରମ୍ଭ indian railways](https://etvbharatimages.akamaized.net/etvbharat/prod-images/768-512-7027337-138-7027337-1588402633324.jpg)
ରେଳ ବିଭାଗର ଅଧିକାରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ହାତିଆ-ଲିଙ୍ଗମ୍ପାଲି, ଆଲୁଭା-ଭୁବନେଶ୍ବର, ନାଶିକ୍-ଭୋପାଳ, ଜୟପୁର-ପାଟନା ଓ କୋଟା-ହାତିଆକୁ ଟ୍ରେନ ଯାତ୍ରା କରିଛି। ଶୁକ୍ରବାର କୋଟା ରେଳ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍ ମଧ୍ୟ ଛାଡିଥିଲା ଏବଂ ଆରପିଏଫ୍ ସମେତ ରେଳ କର୍ମଚାରୀମାନେ ଷ୍ଟେସନରୁ ଯାଉଥିବା ଯାତ୍ରୀଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।
ଏହି ପଦକ୍ଷେପ ପରେ ଗୃହ ମନ୍ତ୍ରଣାଳୟ (MHA) ବୁଧବାର ପ୍ରବାସୀ ଶ୍ରମିକ, ଶ୍ରମିକ, ଛାତ୍ର, ପର୍ଯ୍ୟଟକଙ୍କ ସମେତ ଫସିରହିଥିବା ଲୋକଙ୍କ ଗତିବିଧି ପାଇଁ ଅନୁମତି ପ୍ରଦାନ କରିଥିଲେ । ଅନ୍ୟପକ୍ଷେ ମେ 3ରେ ଶେଷ ହେବାକୁ ଥିବା ଲକଡାଉନ୍ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି।