ଓଡିଶା

odisha

By

Published : Jul 29, 2020, 3:04 PM IST

ETV Bharat / bharat

ଭାରତ ଆକାଶରେ 5 ରାଫେଲ ବିମାନ

ଭାରତର ସୀମାରେ ଏବେ ପ୍ରବେଶ କରିସାରିଛି 5ଟି ରାଫେଲ ବିମାନ । ଆଉ କିଛି ସମୟ ପରେ ଏହା ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡିଂ କରିବ । ଅଧିକ ପଢନ୍ତୁ...

ଭାରତ ଆକାଶରେ 5 ରାଫେଲ ବିମାନ
ଭାରତ ଆକାଶରେ 5 ରାଫେଲ ବିମାନ

ନୂଆଦିଲ୍ଲୀ: ଆସୁଛି ମହାରକ୍ଷକ । ଭାରତୀୟ ବାୟୁସେନାର ବାହୁବଳୀ ଯୁଦ୍ଧ ବିମାନ ରାଫେଲ ବର୍ତ୍ତମାନ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିସାରିଛି । 5ଟି ରାଫେଲ ବିମାନକୁ ଦୁଇଟି ସୁଖୋଇ-30 ବିମାନ ଏସକର୍ଟ ଦେଉଛି । ଆଉ କିଛି ସମୟ ପରେ ଏହା ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡିଂ କରିବ ।

ଭାରତୀୟ ସୀମାରେ ପ୍ରବେଶ ପରେ ରାଫେଲ ବିମାନଗୁଡିକୁ ଆଇଏନଏସ କୋଲକାତା ପକ୍ଷରୁ ସ୍ବାଗତ କରାଯାଇଛି । ଏହାପରେ ଦୁଟି ସୁଖୋଇ ଯୁଦ୍ଧ ବିମାନ 5ଟି ରାଫେଲ ବିମାନକୁ ଏସକର୍ଟ କରି ଅମ୍ବାଲା ଏୟାରବେସ ଅଭିମୁଖେ ଆଣୁଛନ୍ତି ।

ଭାରତ ଆକାଶରେ 5 ରାଫେଲ ବିମାନ

ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାଫେଲ ଯୁଦ୍ଧ ବିମାନ । ତେବେ ରାଫେଲକୁ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବାଗତ କରାଯାଇଛି ।

ABOUT THE AUTHOR

...view details