ଓଡିଶା

odisha

ETV Bharat / bharat

ଗୋସୁରକ୍ଷାରେ ଫେଲ ସରକାରୀ ବାବୁ: ଜିଲ୍ଳାପାଳଙ୍କ ସହ 5 ନିଲମ୍ବିତ - negligence in cow protection

ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରେ ଗୋରୁ ସଂରକ୍ଷଣ ଓ ପାଳନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗରେ 5 ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ନିଲମ୍ବନ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ଜିଲ୍ଲାପାଳ ଓ ଜଣେ ଉପଜିଲ୍ଲାପାଳ ରହିଥିବା ଜଣାପଡ଼ିଛି ।

ପ୍ରତିକାତ୍ମକ ଫଟୋ

By

Published : Oct 14, 2019, 9:44 PM IST

ଲକ୍ଷ୍ନୌ: ଗୋ-ସୁରକ୍ଷା ଦିଗରେ ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଭବିଷ୍ୟତ ପାଇଁ ଏକ ମଝଭୁତ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଯୋଗୀ ସରକାର । ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରେ ଥିବା ଗୋଶାଳାରେ ଅନିୟମିତତା ଓ ଗୋ-ପାଳନରେ ଅବହେଳା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ରାଜ୍ୟର ମହାରାଜଗଞ୍ଜର ଜିଲ୍ଲାପାଳଙ୍କ ସମେତ 5 ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ଅଧିକାଂଶ ସମୟରେ ଗୋ-ସୁରକ୍ଷାକୁ ନେଇ ଅଡ଼ୁଆରେ ପଡ଼ୁଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଫଳରେ ଏହାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟ ମୁତାବକ ଆଦିତ୍ୟନାଥଙ୍କ ମହାରାଜଗଞ୍ଜର ଜିଲ୍ଲାପାଳ ଅମରନାଥ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଦେବେନ୍ଦ୍ର କୁମାର, ସତ୍ୟମ ମିଶ୍ର, ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ରାଜୀବ ଉପାଧ୍ୟାୟ ଏବଂ ଉପମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଭି.କେ ମୌର୍ଯ୍ୟାଙ୍କୁ ନିଲମ୍ବନ କରିଛନ୍ତି । ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏହି ନିଲମ୍ବନ ଆଦେଶ ଦେଇଛନ୍ତି ।

ଏନେଇ ମୁଖ୍ୟ ଶାସନ ସଚିବ ଆରକେ ତିଓ୍ବାରୀ କହିଛନ୍ତି କି ମହାରାଜଗଞ୍ଜ ଜିଲ୍ଲାର ମଧୁବଲିଆ ଗୋଶାଳାରେ ଗୋରୁ ମାନଙ୍କ ଦେଖାଶୁଣା କରିବା ପାଇଁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ସେମାନଙ୍କୁ ନିଲମ୍ବନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ଗୋଶାଳାରେ ପାଖାପାଖି 25 ଶହ ଗାଈ ଏଠାରେ ରହିବାର ବ୍ୟବସ୍ଥା ରହିଛି । ମାତ୍ର ଏଠାରେ ମାତ୍ର 9 ଶହ ଗାଈ ରହୁଛନ୍ତି । ଏତେ କମ ଗାଈ ଏଠାରେ ରହୁଥିବାରୁ ଏହା ନିଶ୍ଚିତ ପକ୍ଷେ ଚିନ୍ତାର କାରଣ ପାଲଟିଥିଲା । ଏହା ସହିତ ଏଠାରେ ଗୋରୁ ମାନଙ୍କ ଦେଖାଶୁଣା ମଧ୍ୟ ଠିକ ଭାବେ କରାଯାଉନଥିବା ଅଭିଯୋଗ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ ।

ସେ ଆହୁରି ମଧ୍ୟ କହିଥିଲେ କି, ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ତଦନ୍ତ କରିବା ସମୟରେ କୌଣସି ସ୍ପଷ୍ଟି ସୂଚନା ପାଇ ନଥିଲା । ଫଳରେ ଗୋରୁ ମାନଙ୍କ ଏହି ସଂଖ୍ୟା କୁ ଜାଣିଶୁଣି ବଢାଇ କୁହାଯାଇଥିଲା ବୋଲି କମିଟି କହିଛି । ସେହିଭଳି କୌଣସି ରେକର୍ଡ ମଧ୍ୟ ସଠିକ ଢଙ୍ଗରେ କମିଟି ପାଇନଥିଲା ବୋଲି ତିଓ୍ବାରୀ ପ୍ରକାଶ କରିଥିଲେ ।

ABOUT THE AUTHOR

...view details