ଓଡିଶା

odisha

ETV Bharat / bharat

ତବଲିଗୀ ଜମାତ ସଂଯୋଗ: କର୍ଣ୍ଣାଟକରେ ଆଉ 5 ପଜେଟିଭ - କୋରୋନା ସତର୍କତା

ନିଜାମୁଦ୍ଦିନ ତବଲିଗୀ ଜମାତ ସଂଯୋଗରେ ଯୋଗ ଦେଇ କର୍ଣ୍ଣାଟକକୁ ଫେରିଥିବା ତିନିଜଣ ମହିଳାଙ୍କ ସମେତ ଆଉ ପାଞ୍ଚ ଜଣ ତବଲିଗୀ ଜମାତ ସଦସ୍ୟ କୋରୋନାଭାଇରସ ପରୀକ୍ଷା ରିପୋର୍ଟ ପଜିଟିଭ  ରହିଥିବା ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 5, 2020, 10:38 PM IST

ବେଙ୍ଗାଲୁର: ବିଶ୍ବବାସୀଙ୍କ ପାଇଁ କୋରୋନା ଭୂତାଣୁ ଚିନ୍ତାର ବିଷୟ ସାଜିଥିବା ବେଳେ ଏବେ ଏହି ଭାଇରସର ପ୍ରସାର କରୁଛି ନିଜାମୁଦ୍ଦିନ ତବଲିଗୀ ଜମାତ ସଂଯୋଗ । ଏହି ସଂଯୋଗରେ ଯୋଗ ଦେଇ କର୍ଣ୍ଣାଟକକୁ ଫେରିଥିବା ତିନିଜଣ ମହିଳାଙ୍କ ସମେତ ଆଉ ପାଞ୍ଚ ଜଣ ତବଲିଗୀ ଜମାତ ସଦସ୍ୟଙ୍କ କୋରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ରବିବାର ଜଣେ ଅଧିକାରୀ ଏହା କହିଛନ୍ତି।

ଅଧିକାରୀ ଜଣଙ୍କ ବିବୃତ୍ତିରେ କହିଛନ୍ତି ଯେ, 5 ତବଲିଗୀଙ୍କ ମଧ୍ୟରୁ ତିନିଜଣ ମହିଳାଙ୍କ ସମେତ ଚାରିଜଣ ରାଜ୍ୟର ଉତ୍ତର-ପଶ୍ଚିମ ବେଲାଗାଭି ଜିଲ୍ଲାର ରାୟବାଗରୁ ଏବଂ ଜଣେ (ପୁରୁଷ) ଉତ୍ତର ଅଞ୍ଚଳର ବଲାରୀରୁ ରହିଛନ୍ତି ।

ମାର୍ଚ୍ଚ 13ରୁ18, 6 ଦିନ ପର୍ଯ୍ୟନ୍ତ ତବଲଗୀ ମଣ୍ଡଳୀରେ ଯୋଗଦେବା ପରେ ସମସ୍ତ 5 ତବଲିଗୀ ଜମାତରେ ଯୋଗ ଦେଇ ମାର୍ଚ୍ଚ 20ରେ ରାଜ୍ୟକୁ ଫେରିଥିଲେ ।

ଏହାପୂର୍ବରୁ, ରାଜ୍ୟର ଉତ୍ତର ଅଞ୍ଚଳର ବିଡାରରେ 10ଟି ସମେତ 13ଟି ତବଲିଗୀ ପ୍ରତ୍ୟାବର୍ତ୍ତନ ସମୟରେ ପଜିଟିଭ୍ ରିପୋର୍ଟ ଆସିଥିଲା । ରିପୋର୍ଟ ହୋଇଥିବା 391 ତବଲିଗୀ ରାଜ୍ୟକୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ 200 ପୂର୍ବରୁ କୋରୋନା ଟେଷ୍ଟ କରିଛନ୍ତି । ସେମାନଙ୍କ ମଧ୍ୟରୁ 187 ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିଲା ।

ବେଙ୍ଗାଲୁରୁରୁ ଦୁବାଇ ଫେରିଥିବା ଦମ୍ପତିଙ୍କ ସମେତ ଆହୁରି 7ଟି ମାମଲା ସହିତ ବେଙ୍ଗାଲୁରୁରେ କୋଭିଡ-19 ରୋଗୀଙ୍କ ସଂଖ୍ୟା 144ରୁ ଶନିବାର 51କୁ ବୃଦ୍ଧି ପାଇଛି ।

@IANSଇନପୁଟ

ABOUT THE AUTHOR

...view details