ଓଡିଶା

odisha

By

Published : May 21, 2020, 10:50 PM IST

ETV Bharat / bharat

ତେଲେଙ୍ଗାନାରେ କୋଭିଡ-19ରେ ଆଉ 5 ଜଣଙ୍କ ମୃତ୍ୟୁ, ମୋଟ 45କୁ ବୃଦ୍ଧି

ଗୁରୁବାର ତେଲେଙ୍ଗାନାରେ କୋଭିଡ -19ରେ 5 ଜଣ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 45ରେ ପହଞ୍ଚିଛି । ସେହିପରି ରାଜ୍ୟରେ 38 ନୂତନ କୋରୋନା ରିପୋର୍ଟ ରେକର୍ଡ ହୋଇଛି । ତିନି ଦିନ ମଧ୍ୟରେ ରାଜ୍ୟରେ 11 ଜଣଙ୍କର ମୃତ୍ୟୁ ଘଟିଛି । ବୁଧବାର 2 ଓ ମଙ୍ଗଳବାର ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା ।

Telangana
ତେଲେଙ୍ଗାନାରେ କୋଭିଡ-19ରେ ଆଉ 5 ଜଣଙ୍କ ମୃତ୍ୟୁ, ମୋଟ 45କୁ ବୃଦ୍ଧି

ହାଇଦ୍ରାବାଦ: ତେଲେଙ୍ଗାନାରେ କ୍ରମାଗତ ଦ୍ବିତୀୟ ଦିନ କୋରୋନା ସଂକ୍ରମଣ ଓ ମୃତ୍ୟୁ ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି । ଗୁରୁବାର ରାଜ୍ୟରେ କୋଭିଡ -19ରେ 5 ଜଣ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 45ରେ ପହଞ୍ଚିଛି । ସେହିପରି ରାଜ୍ୟରେ 38 ନୂତନ କୋରୋନା ରିପୋର୍ଟ ରେକର୍ଡ ହୋଇଛି । ତିନି ଦିନ ମଧ୍ୟରେ ରାଜ୍ୟରେ 11 ଜଣଙ୍କର ମୃତ୍ୟୁ ଘଟିଛି । ବୁଧବାର 2 ଓ ମଙ୍ଗଳବାର 4 ଜଣଙ୍କର ମୃତ୍ୟୁ ଘଟିଥିଲା ।

ତେଲେଙ୍ଗାନାରେ ଗୁରୁବାର 38 ନୂତନ କୋରୋନା ମାମଲାକୁ ମିଶାଇ ମୋଟ ସଂକ୍ରମଣ ରିପୋର୍ଟ 1699ରେ ପହଞ୍ଚିଛି । 38 ନୂତନ ମାମଲା ମଧ୍ୟରୁ 26ଟି ଗ୍ରେଟର ହାଇଦ୍ରାବାଦରୁ ଆସିଛି । ପଡୋଶୀ ରଙ୍ଗାରେଡ୍ଡୀ ଜିଲ୍ଲାରୁ 2ଟି ରିପୋର୍ଟ ହୋଇଛି । 10 ଜଣ ପ୍ରବାସୀଙ୍କ ଗୁରୁବାର କୋରୋନା ରିପୋର୍ଟ ପଜିଟିଭ ରହିଛି ।

ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଅନୁଯାୟୀ 23 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏହା ସହିତ ଡିସଚାର୍ଜ ହୋଇଥିବା ଲୋକଙ୍କ ସଂଖ୍ୟା 1,036 କୁ ବୃଦ୍ଧି ପାଇଲା | ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା 618ର ରହିଛି ।

@IANS

ABOUT THE AUTHOR

...view details