ଓଡିଶା

odisha

ETV Bharat / bharat

ମୌସୁମୀ ଅଧିବେଶନ ପୂର୍ବରୁ 5 ଲୋକସଭା ସାଂସଦ କୋରୋନା ପଜିଟିଭ

ମୌସୁମୀ ଅଧିବେଶନ ପୂର୍ବରୁ 5 ଲୋକସଭା ସାଂସଦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । ଗାଇଡଲାଇନ ଅନୁଯାୟୀ ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କର କୋଭିଡ ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

By

Published : Sep 13, 2020, 5:21 PM IST

ମୌସୁମୀ ଅଧିବେଶନ ପୂର୍ବରୁ 5 ଲୋକସଭା ସାଂସଦ କୋରୋନା ପଜିଟିଭ
ମୌସୁମୀ ଅଧିବେଶନ ପୂର୍ବରୁ 5 ଲୋକସଭା ସାଂସଦ କୋରୋନା ପଜିଟିଭ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଉପର ମୁହାଁ କୋରୋନା ଗ୍ରାଫ । ଏପରିସ୍ଥିତିରେ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ତେବେ ଏହି ଅଧିବେଶନ ପୂର୍ବରୁ 5 ଲୋକସଭା ସାଂସଦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । ଗାଇଡଲାଇନ ଅନୁଯାୟୀ ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କର କୋଭିଡ ଟେଷ୍ଟ କରାଯାଉଛି ।

ସୂଚନା ଅନୁଯାୟୀ ସରକାରଙ୍କ ନିଷ୍ପତ୍ତି କ୍ରମେ ସଂସଦର ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ଜାରି ରହିଛି । ସମସ୍ତଙ୍କ RT-PCR ଟେଷ୍ଟ କରାଯାଉଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ଦିନ 4 ଘଣ୍ଟା ଲୋକସଭା ବସିବ । ଏପରିସ୍ଥିତିରେ ଶୂନ୍ୟକାଳର ଅବଧି ଅଧ ଘଣ୍ଟାଏ କମାଯାଇ ଥିବାବେଳେ ପ୍ରଶ୍ନର ଉତ୍ତର ଲିଖିତ ରୂପେ ଦିଆ ଯିବାର ବ୍ୟବସ୍ଥା ରହିଛି ।

ମୋସୁମୀ ଅଧିବେଶନ 14 ସେପ୍ଟେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର 1 ଯାଏଁ ଜାରି ରହିବ । କୋରୋନା ସଙ୍କଟ ମଧ୍ୟରେ ଆୟୋଜିତ ହେବାକୁ ଥିବା ମୌସୁମୀ ଅଧିବେଶନ ପାଇଁ ସମସ୍ତ ପ୍ରକ୍ରିୟା ଜାରି ରହିଛି ।

ABOUT THE AUTHOR

...view details