ଓଡିଶା

odisha

ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ 5ଲକ୍ଷ ଦେବ ମୁସଲିମ ସଂଗଠନ - ରାମ ମନ୍ଦିର ନିର୍ମାଣ ପାଇଁ 5 ଲକ୍ଷ ଦେବ ଆସାମର ମୁସଲିମ ସଂଗଠନ

ଅଯୋଧ୍ୟା ମାମଲାରେ ଶନିବାର ଐତିହାସିକ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ରାୟକୁ ସ୍ବାଗତ କରିଛି ଆସାମର ଏକ ମୁସଲିମ ସଂଗଠନ । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ରାମ ମନ୍ଦିର ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛି ସଂଗଠନ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Nov 9, 2019, 10:23 PM IST

ଗୌହାଟୀ: ଦଶକ ଧରି ଚାଲିଥିବା ରାମ ଜନ୍ମଭୂମି-ବାବ୍ରୀ ମସଜିଦ ମାମଲାରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । ଅଯୋଧ୍ୟା ମାମଲାରେ ଶନିବାର ଐତିହାସିକ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ମୁସଲିମ୍ ପକ୍ଷଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ଐତିହାସିକ ରାୟକୁ ସ୍ବାଗତ କରିଛି ଆସାମର ଏକ ମୁସଲିମ ସଂଗଠନ । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ରାମ ମନ୍ଦିର ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛି ସଂଗଠନ ।

ସଂଗଠନର ମୁଖ୍ୟ ଆବାହକ ମୋମିନଲ ଆୱାଲ ଏହି ସହାୟତା ରାଶି ଘୋଷଣା କରି କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସର୍ବସମ୍ମତିର ସହ ସ୍ବାଗତ କରୁଛୁ । ତେଣୁ ରାମ ମନ୍ଦିର ନିର୍ମାଣ ପାଇଁ 5 ଲକ୍ଷ ଦାନ କରିବାକୁ ନିଷ୍ପତ୍ତି ନେଇଛୁ ।

ସୂଚନା ଯୋଗ୍ୟ ଯେ, ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଆସନ୍ତା ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରି ଏହି କାର୍ଯ୍ୟ କରିବେ ।

For All Latest Updates

ABOUT THE AUTHOR

...view details