ଲକ୍ଷ୍ନୌ: ଦୋକାନ ଘରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ । ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି ।ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଜାଉନପୁର ଜିଲ୍ଲାରେ । ବିସ୍ପୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ୍ଣଘର ଭୁଷୁଡି ପଡିବା ସହ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା ।
ସୂଚନା ଅନୁସାରେ, ଦୋକାନ ମାଲିକ ବିଜୟ ପ୍ରତାପ ସିଂଙ୍କ ଦୋକାନ ଘରେ ସନ୍ଧ୍ୟା ପ୍ରାୟ 4 ଟା ସମୟରେ ବିସ୍ପୋରଣ ହୋଇଥିଲା। ଗୋଟିଏ ସିଲିଣ୍ଡର ବିସ୍ପୋରଣ ପରେ ପାଖରେ ଥିବା ଅନ୍ୟ ସମସ୍ତ ସିଲିଣ୍ଡର ଫାଟି ଯାଇଥିଲା। ଏହାସହ ଉକ୍ତ କୋଠାଟି ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଥିଲା । ଘଟଣା ବିଷୟରେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।