ଗାଜିଆବାଦ: ମୁରାଦନଗର ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି 5 ଶ୍ରମିକ ମୃତ । ଟ୍ରାକ୍ଟରରେ କିଛି ଶ୍ରମିକ ଯାଉଥିବାବେଳେ 58ନଂ ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରଟି ଓଲଟି ପଡିଥିବାବେଳେ ସମସ୍ତ ଶ୍ରମିକ ତଳେ ଚାପି ହୋଇ ରହିଯାଇଥିଲେ ।
ଗାଜିଆବାଦରେ ସଡ଼କ ଦୁର୍ଘଟଣା: 5 ଶ୍ରମିକ ମୃତ - 5 dead in ghazibad
ଗାଜିଆବାଦ ମୁରାଦନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡିର ଧକ୍କାରେ ଓଲଟିଲା ଟ୍ରାକ୍ଟର । 5 ଶ୍ରମିକ ମୃତ, 2 ଗୁରୁତର ଆହତ ।

ଗାଜିଆବାଦରେ ସଡ଼କ ଦୁର୍ଘଟଣା ଘଟି 5ଶ୍ରମିକ ମୃତ
ଗାଜିଆବାଦରେ ସଡ଼କ ଦୁର୍ଘଟଣା ଘଟି 5ଶ୍ରମିକ ମୃତ
ଘଟଣାରେ 2 ଜଣ ଗୁରୁତର ଆହତ ହୋଇଥିବାବେଳେ, ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଶ୍ରମିକ ସାହିବାବାଦ ଅଞ୍ଚଳର ବୋଲି ସୂଚନା ମିଳିଛି । କାମ ପାଇଁ ଏମାନେ ମୁରାଦନଗରକୁ ଯାଇଥିଲେ । ସେପଟେ ଦୁର୍ଘଟଣା ଘଟାଇ ଗାଡି ଚାଳକ ଫେରାର ଥିବା ଜଣାପଡିଛି । ଏହି ଘଟଣାବିଷୟରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।