ଥିରୁବନନ୍ତପୁରମ :ସୁସ୍ଥ ହେଲେ କୋରୋନା ଆକ୍ରାନ୍ତ । କେରଳରେ କୋରୋନାରେ ଆକ୍ରାନ୍ତ ହୋଇଥିବା 5 ଜଣ ସୁସ୍ଥ ହେବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଛି । ସେମାନଙ୍କୁ ପଠାନମିତ୍ର ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ସେମାନଙ୍କୁ ଘରକୁ ନିଆଯିବା ପୂର୍ବରୁ ସ୍ବାସ୍ଥ୍ୟ କର୍ମଚାରୀମାନେ ଭଲ ଭାବରେ ଘରକୁ ପରିଷ୍କାର କରିଥିଲା । ତେବେ ଆକ୍ରାନ୍ତ ହୋଇଥିବା 5 ଜଣ ରାନ୍ନି ଅଞ୍ଚଳର ରହୁଥିଲେ । ସେମାନଙ୍କ ପରିବାର ଲୋକଙ୍କୁ 14 ଦିନ ହୋମ କ୍ବାରେଣ୍ଟାଇନରେ ରଖାଯିବ ।
ସୁସ୍ଥ ହୋଇ ଘରକୁ ଫେରିଲେ 5 କୋରୋନା ଆକ୍ରାନ୍ତ - corona patients recovered
ସୁସ୍ଥ ହେଲେ କୋରୋନା ଆକ୍ରାନ୍ତ । କେରଳରେ କୋରୋନାରେ ଆକ୍ରାନ୍ତ ହୋଇଥିବା 5 ଜଣ ସୁସ୍ଥ ହେବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଛି। ଅଧିକ ପଢନ୍ତୁ...
ସୁସ୍ଥ ହୋଇ ଘରକୁ ଫେରିଲେ କୋରୋନା ଆକ୍ରାନ୍ତ
ଆକ୍ରାନ୍ତଙ୍କ ପରିବାରକୁ 14 ଦିନ ହୋମ କ୍ବାରେଣ୍ଟାଇନ ସମୟରେ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରାନ୍ତଙ୍କ ପରିବାର ପୂର୍ବରୁ ଇଟାଲୀ ଯାତ୍ରା କରିଥିଲେ । ହେଲେ ଏ କଥା ସେ ଲୁଚାଇ ଥିଲେ । ଫଳରେ କୋରୋନା ଭାଇରସର ଶୀକାର ହୋଇଥିଲେ ପରିବାରର ସଦସ୍ୟ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ପଠାନମିତ୍ର ଜିଲ୍ଲାରେ 7, 744 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ମେଡିକାଲ ଅଧିକାରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ