ଓଡିଶା

odisha

By

Published : May 9, 2020, 5:52 PM IST

ETV Bharat / bharat

ଦିଲ୍ଲୀ ସେଲ୍ଟର ହୋମରେ 5 କୋରୋନା ପଜିଟିଭ୍

ଦିଲ୍ଲୀରେ କୋରୋନା ମହାମାରୀ କମିବାର ନା ନେଉନି । ଏହି ସଂକ୍ରମଣ ବର୍ତ୍ତମାନ ଦିଲ୍ଲୀର ସେଲଟର୍ ହୋମରେ ପହଞ୍ଚିଲାଣି। ଝାଣ୍ଡେୱାଲାନର 2ଟି ଭିନ୍ନ କେନ୍ଦ୍ରରେ ମୋଟ 5ଟି କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

jhandewalan 2 shelter home
ଦିଲ୍ଲୀ ସେଲଟର୍ ହୋମରେ 5 କୋରୋନା ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ମହାମାରୀ କମିବାର ନା ନେଉନି । ଏହି ସଂକ୍ରମଣ ବର୍ତ୍ତମାନ ଦିଲ୍ଲୀର ସେଲଟର୍ ହୋମରେ ପହଞ୍ଚିଲାଣି। ଝାଣ୍ଡେୱାଲାନର 2ଟି ଭିନ୍ନ କେନ୍ଦ୍ରରେ ମୋଟ 5ଟି କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏହା ପରେ ନିକଟସ୍ଥ 4 ଟି କେନ୍ଦ୍ରକୁ ସିଲ୍ କରାଯାଇଛି।

ସୂଚନା ଅନୁଯାୟୀ, 27 ଏପ୍ରିଲରେ ଜଣେ ତଦାରଖକାରୀଙ୍କୁ ପରୀକ୍ଷା କରାଯାଇଥିଲା। ଏହି ତଦାରଖକାରୀ 4ଟି କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିଲେ । 1 ମେ ରେ ଯେତେବେଳେ ତାଙ୍କର ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଥିଲା । ସେଠାରେ ଏଠାରେ ସମୁଦାୟ 80 ଜଣ ଲୋକ ବାସ କରୁଥିଲେ । ସେମାନଙ୍କୁ ତୁରନ୍ତ କ୍ବାରେଣ୍ଟାଇନ କରାଯାଇଥିଲା ।

ଏହି ଲୋକମାନଙ୍କୁ ପରୀକ୍ଷା କରାଯିବା ପରେ ଗୋଟିଏ ସ୍ଥାନରୁ 4 ଜଣ ଏବଂ ଅନ୍ୟ ସ୍ଥାନରୁ ଜଣେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସମସ୍ତ 4ଟି ସ୍ଥାନକୁ ସିଲ୍ କରାଯାଇଛି । ଏହାସହ ଅନ୍ୟ ମାନଙ୍କୁ ମଧ୍ୟ ପରୀକ୍ଷା କରିବାକୁ ଯୋଜନା କରାଯାଇଛି ।

ABOUT THE AUTHOR

...view details