ନୂଆଦିଲ୍ଲୀ: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 5 ଅଫଗାନୀ ମାଫିଆଙ୍କୁ ଗିରଫ କରାଯିବ ସହ 370ଟି ହେରୋଇନ କ୍ୟାପସୁଲ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ 15 କୋଟି ଟଙ୍କା ହେବ। କନ୍ଦାହାରରୁ ଆସି ସେମାନେ ଭାରତରେ ନିଶାକାରବାର କରୁଥିଲେ ବୋଲି ଜଣାପଡିଛି ।
ଦିଲ୍ଲୀ ବିମାନ ବନ୍ଦରରୁ 5 ଅଫଗାନୀ ମାଫିଆ ଗିରଫ - ଅଫଗାନି ମାଫିଆ ଗିରଫ
ଦିଲ୍ଲୀ ବିମାନ ବନ୍ଦରରୁ 5 ଅଫଗାନୀ ମାଫିଆଙ୍କୁ ଗିରଫ କରାଯିବ ସହ ସେମାନଙ୍କ ପାଖରୁ 370ଟି ହେରୋଇନ କ୍ୟାପସୁଲ ଜବତ କରାଯାଇଛି। ସେମାନେ ନିଜ ଦେଶରୁ ନିଶା ବେପାର କରୁଥିବା ଜଣାପଡିଛି।
![ଦିଲ୍ଲୀ ବିମାନ ବନ୍ଦରରୁ 5 ଅଫଗାନୀ ମାଫିଆ ଗିରଫ](https://etvbharatimages.akamaized.net/etvbharat/prod-images/768-512-4496515-thumbnail-3x2-ai.jpeg)
ଫାଇଲ ଫଟୋ
ଆଫଗାନିସ୍ତାନରୁ ଆସିଥିବା ଯାତ୍ରୀ କାବୁଲରୁ ଭାୟା କନ୍ଦାହାର ଦିଲ୍ଲୀ ବିମାନ ବନ୍ଦରର 3ନମ୍ବର ଟର୍ମିନାଲରେ ପହଞ୍ଚିଥିଲେ । ତେବେ ଦିଲ୍ଲୀ ଓ ବିମାନ ବନ୍ଦର ପୋଲିସର ମିଳିତ ଚଢାଉ ପରେ ସେମାନେ ଧରାପଡି ଯାଇଥିଲେ।
ଯାଞ୍ଚ ସମୟରେ ସେମାନଙ୍କ ନିକଟରେ ହେରୋଇନ ଥିବା ଜଣାପଡିଥିଲା । ପରେ ଡାକ୍ତରଖାନା ନେବା ପରେ ସମସ୍ତେ ମୋଟ 370ଟି ହେରୋଇନ ଟାବଲେଟ ଖାଇଥିବା ସ୍ପଷ୍ଟ ହୋଇଥିଲା ।