ଓଡିଶା

odisha

ETV Bharat / bharat

ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଇବା ଅଭିଯୋଗରେ 5 ଗିରଫ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ମଧ୍ୟପ୍ରଦେଶ ପୋଲିସ 5 ଜଣଙ୍କୁ ଗିରଫ କରିଛି । ଗିରଫ ପରେ ଏଟିଏସକୁ ହସ୍ତାନ୍ତର କରିଛି ପୋଲିସ । ଏହା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଦୁଇଟି ଟିମ ଆହ୍ଲାବାଦ ଓ ଛତରପୁରା ଗସ୍ତ କରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 22, 2019, 12:55 PM IST

ଭୋପାଳ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରାକେଟର ଏକ ଟିମକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ । ଏହି ରାକେଟର 5 ଜଣ ସଦସ୍ୟଙ୍କୁ ଗିରଫ କରି ପୋଲିସ ଆଣ୍ଟି ଟେରୋରିଜମ ସ୍କ୍ବାର୍ଡକୁ ହସ୍ତାନ୍ତର କରିଛି ।

ମିଳିଥିବା ସୂଚନା ମୁତାବକ ଏହି ରାକେଟ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିବା ନେଇ ପୋଲିସ ନିକଟରେ ସୂଚନା ରହିଥିଲା । ଫଳରେ ସତାନା ଜିଲ୍ଲାରେ ପୋଲିସ ଚଢାଉ କରି ଏହି ରାକେଟର 5 ଜଣ ସଦସ୍ୟଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ଆଇଏସଆଇର ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଥିବା ବଳରାମ ସିଂ 2017 ମସିହାରେ ମଧ୍ୟ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଇବା ଅଭିଯୋଗରେ ଗିରଫ ହୋଇଥିଲା । ଜାମିନରେ ଆସି ପୁନର୍ବାର ସେହି କାର୍ଯ୍ୟ ଚଳାଇଥିଲା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଲ୍ୟାପଟପ, ବାଇକ, ସ୍ମାର୍ଟ ଫୋନ, ପାକିସ୍ତାନୀ ସିମ ପ୍ରଭୃତି ପୋଲିସ ଜବତ କରିଛି । ଏହି ସିମ ମାଧ୍ୟମରେ ଅଭିଯୁକ୍ତମାନେ ଆତଙ୍କବାଦୀଙ୍କ ଫଣ୍ଡ ମ୍ୟାନେଜର ସହିତ କଥାବାର୍ତ୍ତା ହେଉଥିବା ପୋଲିସ ସୂଚନା ଦେଇଛି ।

ସେପଟେ ଅନ୍ୟ ରାକେଟର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଦୁଇଟି ଟିମ ଛତରପୁରା ଓ ଆହ୍ଲାବାଦକୁ ଗସ୍ତ କରିଥିବା ସୂଚନା ରହିଛି । ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ଏଟିଏସକୁ ହସ୍ତାନ୍ତର କରିଛି ।

ABOUT THE AUTHOR

...view details