ଓଡିଶା

odisha

ETV Bharat / bharat

ଆଜିଠୁ ଜମ୍ମୁ କାଶ୍ମୀରରେ ଆରମ୍ଭ ହୋଇପାରେ 4G ଇଣ୍ଟରନେଟ ସେବା - ଜାମ୍ମୁ କାଶ୍ମୀରରେ ଆରମ୍ଭ ହୋଇପାରେ 4G ଇଣ୍ଟରନେଟ୍ ସେବା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ 4G ସେବା ପୁନରୁଦ୍ଧାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇପାରେ। ଜାମ୍ମୁ କାଶ୍ମୀରରେ ଧାରା 370 ପ୍ରତ୍ୟାହାର କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ 4 ଅଗଷ୍ଟ 2019 ରୁ ଏଠାରେ 4G ସେବା ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

ଆଜିଠୁ ଜାମ୍ମୁ କାଶ୍ମୀରରେ ଆରମ୍ଭ ହୋଇପାରେ 4G ଇଣ୍ଟରନେଟ୍ ସେବା
ଆଜିଠୁ ଜାମ୍ମୁ କାଶ୍ମୀରରେ ଆରମ୍ଭ ହୋଇପାରେ 4G ଇଣ୍ଟରନେଟ୍ ସେବା

By

Published : Aug 16, 2020, 3:32 PM IST

ଶ୍ରୀନଗର: ଆଜିଠାରୁ ଜମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ଆରମ୍ଭ ହୋଇପାରେ 4G ଇଣ୍ଟରନେଟ୍ ସେବା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜମ୍ମୁ କାଶ୍ମୀରରେ 4G ସେବା ପୁନରୁଦ୍ଧାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇପାରେ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ରାଜ୍ୟ ପ୍ରଶାସନ କହିଛି ଯେ, ପରୀକ୍ଷାମୂଳକ ଭିତ୍ତିରେ ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ, ଯେଉଁଥିରେ ଗୋଟିଏ ଜିଲ୍ଲା ଜମ୍ମୁରୁ ଏବଂ କାଶ୍ମୀର ଅଞ୍ଚଳର ହେବ। ଜମ୍ମୁ କାଶ୍ମୀରରେ ସମୁଦାୟ 20 ଟି ଜିଲ୍ଲା ଅଛି ଏବଂ 4 ଅଗଷ୍ଟ 2019 ରୁ ଏଠାରେ 4G ସେବା ବନ୍ଦ ରହିଥିଲା ।

ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ୍ ସେବା ପୁନରୁଦ୍ଧାର ପାଇଁ ଫାଉଣ୍ଡେସନ୍ ଫର୍ ମିଡିଆ ପ୍ରଫେସନାଲ୍ ନାମକ ଅନୁଷ୍ଠାନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏଠାରେ ଉପଯୁକ୍ତ ଇଣ୍ଟରନେଟ୍ ସୁବିଧା ନ ଥିବାରୁ ଡାକ୍ତରମାନେ କୋଭିଡ -19 ର ଚିକିତ୍ସା ପାଇଁ ସାରା ବିଶ୍ୱରେ କରାଯାଉଥିବା କାର୍ଯ୍ୟକଳାପ ବିଷୟରେ ସୂଚନା ପାଇପାରୁ ନାହାନ୍ତି । କୋରୋନା ଭାଇରସ ସଂକ୍ରମଣ କାରଣରୁ ଯେଉଁଠାରେ ରୋଗୀଙ୍କର ଘରୁ ବାହାରକୁ ଯିବା କଷ୍ଟକର, ସେମାନେ 4G ଇଣ୍ଟରନେଟର ଅଭାବ ହେତୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ମଧ୍ୟ ସକ୍ଷମ ହୋଇ ପାରୁ ନାହାନ୍ତି ବୋଲି ଏଥିରେ କୁହାଯାଇଛି । ଏଥି ସହିତ, କେତେକ ଘରୋଇ ବିଦ୍ୟାଳୟରୁ କୁହାଯାଇଛି ଯେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ପିଲାମାନେ ଅଧ୍ୟୟନ କରୁଛନ୍ତି। କିନ୍ତୁ 2G ଇଣ୍ଟରନେଟର ମନ୍ଥର ଗତି ହେତୁ ଜାମ୍ମୁ କାଶ୍ମୀରର ପିଲାମାନେ ଅଧ୍ୟୟନ କରିବାରେ ଅସମର୍ଥ ହେଉଛନ୍ତି । ଶିକ୍ଷା ଏକ ମୌଳିକ ଅଧିକାର । ତେଣୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ।

ଜମ୍ମୁ କାଶ୍ମୀରରେ ଧାରା 370 ପ୍ରତ୍ୟାହାର କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ 4, 2019 ରୁ 4G ସେବା ବନ୍ଦ ରହିଛି। ଜାନୁଆରୀରେ ବ୍ରଡବ୍ୟାଣ୍ଡ ଏବଂ 2G ସେବା ପୁନଃ ଆରମ୍ଭ ହୋଇଥିଲା, କିନ୍ତୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଜାରି କରାଯାାଇଥିଲା ।

ABOUT THE AUTHOR

...view details