ଜୟପୁର/ଚଣ୍ଡିଗଡ: ଦେଶରେ ଅନ୍ୟ ରାଜ୍ୟ ଗୁଡିକ ଭିତରୁ କୋରୋନାରେ ପ୍ରଭାବିତ ହୋଇଥିବା ରାଜସ୍ଥାନ 4 ସ୍ଥାନରେ ରହିଛି। ତେବେ ମଙ୍ଗଳବାର ସକାଳ ସୁଦ୍ଧା ରାଜ୍ୟର ରାଜଧାନୀ ଜୟପୁରରେ ଆଉ 48ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ ପଜିଟିଭ ମାମଲା 945 କୁ ବୃଦ୍ଧି ପାଇଛି । ସୂଚନା ଦେଇଛି ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ।
ରାଜସ୍ଥାନରେ 48 ଓ ପଞ୍ଜାବରେ 2ଟି କୋଭିଡ-19 ପଜିଟିଭ ରିପୋର୍ଟ - rajashtan corona news
ରାଜସ୍ଥାନରେ ମୋଟ ପଜିଟିଭ ମାମଲା 945କୁ ବୃଦ୍ଧି ପାଇଥିବାବେଳେ ଅନ୍ୟପଟେ ପଞ୍ଜାବରେ 176କୁ ବୃଦ୍ଧି ପାଇଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ରାଜସ୍ଥାନରେ 48 ଓ ପଞ୍ଜାବରେ 2ଟି କୋଭିଡ-19 ପଜିଟିଭ ରିପୋର୍ଟ
ସେହିପରି ପଞ୍ଜାବର ମୋହାଲିରେ 2ଟି କୋଭିଡ-19 ପଜିଟିଭ ରିପୋର୍ଟ ହୋଇଛି । ଜଣେ 56 ବର୍ଷୀୟା ମହିଳା ଯିଏକି ପୂର୍ବରୁ ଏକ କୋରୋନା ପଜିଟିଭ ପରିବାର ସଦସ୍ୟ ଅଟନ୍ତି ଏବଂ ଆଉ ଜଣେ 38 ବର୍ଷାୟା ମହିଳା ରିପୋର୍ଟ ପଜିଟିଭ ଆସିଛି ।
ତେବେ ମୋହାଲିରେ ମୋଟ ପଜିଟିଭ ମାମଲା 56ରେ ପହଞ୍ଚିଥିବା କହିଛନ୍ତି ମୋହାଲିର ଡେପୁଟି କମିଶନର ଗିରିଶ ଦିନଲାନ । ସେହିପରି ରାଜ୍ୟରେ 176ଟି ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ 12 ଜଣ ମୃତ୍ୟୁ ବରଣ କରିଛନ୍ତି ।