ଓଡିଶା

odisha

ETV Bharat / bharat

କୃତ୍ରିମ ଉପାୟରେ ଯାଆଁଳା ଶିଶୁକୁ ଜନ୍ମ ଦେଲେ 74 ବର୍ଷିୟା ମହିଳା - artificial insemination

ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜଣେ 74 ବର୍ଷିୟା ମହିଳା କୃତ୍ରିମ ଉପାୟରେ ଗର୍ଭଧାରଣ କରି ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି ।

କୃତ୍ରିମ ଉପାୟରେ ଯାଆଁଳା ଶିଶୁକୁ ଜନ୍ମ ଦେଲେ 74 ବର୍ଷିୟା ମହିଳା
କୃତ୍ରିମ ଉପାୟରେ ଯାଆଁଳା ଶିଶୁକୁ ଜନ୍ମ ଦେଲେ 74 ବର୍ଷିୟା ମହିଳା

By

Published : Jun 11, 2020, 5:37 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାର ତେନାଲି ସରକାରୀ ଡାକ୍ତରଖାନାରେ ଜଣେ 74 ବର୍ଷିୟା ମହିଳା କୃତ୍ରିମ ଉପାୟରେ ଗର୍ଭଧାରଣ କରି ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ତେନାଲି ମଣ୍ଡଳ ଚିନାରାଭୁରର ଜୟଶ୍ରୀ ନାମକ ଜଣେ ମହିଳା ଗତ 20 ବର୍ଷରୁ ସନ୍ତାନ ପାଇଁ ଚେଷ୍ଟା କରୁଥିଲେ । ତେବେ ସବୁ ଚେଷ୍ଟା ବିଫଳ ହେବା ପରେ ଗୁଣ୍ଟୁରର ଏକ ଘରୋଇ ଡାକ୍ତରଖାନା ସାହାଯ୍ୟରେ ସେ କୃତ୍ରିମ ଉପାୟରେ ଗର୍ଭଧାରଣ କରିଥିଲେ।

9 ମାସ ପରେ ତାଙ୍କୁ ତେନାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତର ତାଙ୍କର ଅପରେଶନ କରିବାର ନିଷ୍ପତ୍ତି ନେଇଥିଲେ। ତେବେ ମହିଳା ଜଣକ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଉଭୟ ମାଁ ଏବଂ ଯାଆଁଳା ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details