ଶ୍ରୀନଗର: ଭାରତର ଚିନ୍ତା ବଢ଼ାଉଛି କୋରୋନା । ଅନ୍ୟପଟେ ଘାଟିରେ ଆତଙ୍କ ସହ କୋରୋନାର କାୟା ବିସ୍ତାର ବଢିବାରେ ଲାଗିଛି । ଲଗାତାର ଭାବେ ଜମ୍ମୁ-କାଶ୍ମୀରରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ସୋମବାର ଜମ୍ମୁ-କାଶ୍ମୀରରେ 40ରୁ ଅଧିକ ଲୋକ କୋରୋନା ପଜିଟିଭ୍ ହୋଇଥିବା ସୂଚନା ରହିଛି । ଉପତ୍ୟକାରେ ବର୍ତ୍ତମାନ ସମୁଦାୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 1,668 କୁ ବୃଦ୍ଧି ପାଇଛି ।
ସୂଚନା ଏବଂ ଜନସମ୍ପର୍କ ବିଭାଗ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଜମ୍ମୁ-କାଶ୍ମୀରର 33 ଜଣ ଏବଂ ଜମ୍ମୁ ଡିଭିଜନର 14 ଜଣ କୋରୋନା ସଂକ୍ରମିତ ରହିଥିବା ଜଣାପଡିଛି । ଏବେ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା 1,668 ରେ ପହଞ୍ଚିଛି ।