ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କୋରୋନା ପରିସ୍ଥିତି ଘାତକ ହେଉଛି । ନିକଟରେ ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା 4000 ପାର କରିଛି । ଶେଷ ଖବର ସୁଦ୍ଧା ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4666 ପହଞ୍ଚିଛି ।
ସୋମବାର ନୂଆ 466ଟି ମାମଲା ସାମନାକୁ ଆସିଛି । ସନ୍ଧ୍ୟା ସୁଦ୍ଧା 9ଟି ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ଦେଇଛି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ 4666 ଓ ମୃତ୍ୟୁ ସଂଖ୍ୟା 232 ଛୁଇଁଛି ।