ଓଡିଶା

odisha

ETV Bharat / bharat

46 ପ୍ରତିଶତ ଲୋକେ କହିଲେ କୋରୋନା ଏକ ପ୍ରକୃତିର ବାର୍ତ୍ତା - people believe the corona epidemic

କୋରୋନା ଭାଇରସ ଲୋକଙ୍କ ମଧ୍ୟରେ ସଂକ୍ରମଣ ହେବା ଏବଂ ସମ୍ପୂର୍ଣ୍ଣ ବ୍ୟବସ୍ଥାର ଅସ୍ଥିର ହୋଇଯିବା ଏକ ପ୍ରକାର ପ୍ରକୃତିର ନିୟମ ନୁହେଁ କି ବୋଲି ଏକ ସର୍ଭେ କରାଯାଇଥିଲା । ଏଥିରେ 46 ପ୍ରତିଶତ ଲୋକଙ୍କର ଉତ୍ତର ହଁ ଆସିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କୋରୋନା ଏକ ପ୍ରକୃତିର ବାର୍ତ୍ତା
କୋରୋନା ଏକ ପ୍ରକୃତିର ବାର୍ତ୍ତା

By

Published : Mar 30, 2020, 7:18 PM IST

ନୂଆଦିଲ୍ଲୀ: ସାରା ଦୁନିଆରେ ନୋଭେଲ କୋରୋନା ଭାଇରସ ଲଗାତାର ବଢିବାରେ ଲାଗିଛି । ଯେଉଁଥିପାଇଁ ମୃତକଙ୍କ ସଂଖ୍ୟା ନିରନ୍ତର ହେଉଛି । ତେବେ ଏନେଇ କିଛି ଲୋକେ ପ୍ରାକୃତିକ ଖେଳ କହୁଛନ୍ତି ତ ଆଉ କିଛି ଲୋକେ ପ୍ରକୃତିର ଏକ ବାର୍ତ୍ତା ବୋଲି କହୁଛନ୍ତି । ଏନେଇ ଏକ ସର୍ଭେ ହୋଇଥିଲା, ଯାହାର ରିପୋର୍ଟ ପହଞ୍ଚିଛି ।

46 ପ୍ରତିଶତ ଲୋକେ କହିଲେ କୋରୋନା ଏକ ପ୍ରକୃତିର ବାର୍ତ୍ତା

ଏହି ସର୍ଭେରେ ସାମିଲ ହୋଇଥିବା ଲୋକଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା । ସେ ପ୍ରଶ୍ନ ଥିଲା, ଆପଣଙ୍କୁ ଲାଗୁଛି କି ଏହି ଭାଇରସ ଲୋକଙ୍କ ମଧ୍ୟରେ ସଂକ୍ରମଣ ହେବା ଏବଂ ସମ୍ପୂର୍ଣ୍ଣ ବ୍ୟବସ୍ଥାର ଅସ୍ଥିର ହୋଇଯିବା ଏକ ପ୍ରକାର ପ୍ରକୃତିର ନିୟମ ନୁହେଁ ?

ଏହି ପ୍ରଶ୍ନରେ 46.7 ପ୍ରତିଶତ ଲୋକେ କହିଲେ ତାଙ୍କୁ ଲାଗୁଛି ଯେ ଏହା ଏକ ପ୍ରକୃତିର ବାର୍ତ୍ତା ଅଟେ । ସେପଟେ 30.6 ପ୍ରତିଶତ ଲୋକେ ପ୍ରକୃତିର ନିୟମ ବୋଲି କହିବାକୁ ନାରାଜ । ସମୁଦାୟ 22.7 ପ୍ରତିଶତ ଲୋକେ କହିଛନ୍ତି କି ଏହି ବିଷୟ ପାଇଁ କୌଣସି ଟିପ୍ପଣୀ ଦେବାକୁ ଚାହୁ୍ଁନାହାଁନ୍ତି । ଦେଶରେ ସୋମବାର କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟ 1,071 ପର୍ଯ୍ୟନ୍ତ ପହଞ୍ଚିଛି । ଏହି ଭାଇରସର କାରଣରୁ ସମୁଦାୟ 30 ଜଣଙ୍କର ମୃତ୍ୟୁ ଘଟିଛି ।

@IANS

ABOUT THE AUTHOR

...view details