ଚମ୍ପାଇ: ଭୂମିକମ୍ପରେ ଥରିଲା ମିଜୋରାମ । ରବିବାର ସକାଳ 7.29 ସମୟରେ ମିଜୋରାମର ଚମ୍ପାଇ ଠାରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 4.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି ।
ଭୂ-କମ୍ପ ଝଟ୍କାରେ ଥରିଲା ମିଜୋରାମ - ଭୂମିକମ୍ପ
ରବିବାର ସକାଳ 7.29 ସମୟରେ ମିଜୋରାମର ଚମ୍ପାଇ ଠାରେ ଭୂମିକମ୍ପ ଅନୁଭୂତ ହୋଇଛି ।
ଭୂମିକମ୍ପରେ ଥରିଲା ମିଜୋରାମ
ପ୍ରକାଶ ଥାଉକି, ଶନିବାର ହିମାଚଳ ପ୍ରଦେଶ ଧର୍ମଶାଳା ଠାରୁ 70 କିମି ଦୂରରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 2.8 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଥିଲେ ।
ସେହିପରି ଗତ 11 ତାରିଖ ଦିନ ମହାରାଷ୍ଟ୍ରର ନାଶିକ ଠାରୁ 100 କିଲୋମିଟର ପଶ୍ଚିମରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଥିଲା।