ନୂୂଆଦିଲ୍ଲୀ: ଦେଶରେ ଏବେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ମାମଲା 50 ହଜାରରୁ ତଳକୁ ରହୁଛି । ଗତ 24 ଘଣ୍ଟାରେ 45 ହଜାର 903ଟି କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି। ଯେଉଁଥିରେ 490 ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଦ୍ୟତମ ରିପୋର୍ଟକୁ ମିଶାଇ 85 ଲକ୍ଷ 53 ହଜାର 657ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ 1 ଲକ୍ଷ 26 ହଜାର 611କୁ ଛୁଇଁଛି।
ଦେଶରେ କମୁଛି କୋରୋନା ସଂକ୍ରମଣ, ଗୋଟିଏ ଦିନରେ 45903 ପଜିଟିଭ ରିପୋର୍ଟ - ଭାରତ କୋରୋନା ରିପୋର୍ଟ
ଭାରତରେ ତଳମୁହାଁ କୋରୋନା ଗ୍ରାଫ। ଗତ 24 ଘଣ୍ଟାରେ 45 ହଜାର 903ଟି କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି। ଅଧିକ ପଢନ୍ତୁ...
ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ, ଗୋଟିଏ ଦିନରେ 45,903 ପଜିଟିଭ ରିପୋର୍ଟ
ତେବେ ଭଲ ଖବର ଯେ, ମୋଟ ସଂକ୍ରମିତଙ୍କ ମଧ୍ୟରୁ 79 ଲକ୍ଷ 17 ହଜାର 373 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 5 ଲକ୍ଷ 09 ହଜାର 673 ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେଥିମଧ୍ୟରୁ ଅତ୍ୟଧିକ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଅତ୍ୟଧିକ ସଂକ୍ରମିତ ରହିଛନ୍ତି ।
ଦେଶରେ କୋରୋନା ମୃତ୍ୟୁ ହାର 1.48 ପ୍ରତିଶତ ରହିଛି। ସୁସ୍ଥ ହାର 92.49 ରହିଛି।