ମୁମ୍ବାଇ: ମହାରାଷ୍ଟ୍ରରେ ବଢିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ବୁଧବାର ନାଗପୁରରେ ଜଣେ 45 ବର୍ଷୀୟ ବ୍ୟକ୍ତିଙ୍କ ରକ୍ତନମୁନା ପଜେଟିଭ ଆସିଛି । ଯାହାଦ୍ବାରା ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11କୁ ବୃଦ୍ଧି ପାଇଛି । ଏହା ଦ୍ବାରା ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 66କୁ ବୃଦ୍ଧି ପାଇଛି ।
ତେବେ ମହାରାଷ୍ଟ୍ରରେ ଥିବା 11 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୁମ୍ବାଇରେ 2 ଜଣ, ପୁନେରେ 8 ଜଣ ଏବଂ ନାଗପୁରର 1 ଥିବା ଜଣାପଡିଛି ।