ହାଇଦ୍ରାବାଦ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିଛି । ଲାଗୁଛି ଯେପରି ପ୍ରତ୍ୟେକ ଦିନ ନୂଆ ରେକର୍ଡ ଅଭିମୁଖେ ଯାତ୍ରା କରୁଛି କୋରୋନା ସଂକ୍ରମଣ । ଯାହାଦ୍ବାରା ବର୍ତ୍ତମାନ ଦେଶରେ ସଂକ୍ରମିତ କୋରୋନା ସଂଖ୍ୟା 4 ଲକ୍ଷ ଅତିକ୍ରମ କରିଛି ।
କୋରୋନା ଅପଡେଟ: ଦେଶରେ 24 ଘଣ୍ଟାରେ 14821 ନୂଆ ପଜିଟିଭ ରିପୋର୍ଟ, 445 ମୃତ - 14,821 new COVID19 positive cases reported in India
ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ସେହି ତୁଳନାରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପାଉଛି । ଅଧିକ ପଢନ୍ତୁ...
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 445 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 14 ହଜାର 821ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଭାରତରେ ମୋଟ ସଂକ୍ରମଣ ମାମଲା ବର୍ତ୍ତମାନ 4 ଲକ୍ଷ 25 ହଜାର 282କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 13 ହଜାର 699 ମୃତ୍ୟୁ ଘଟିଛି। 2 ଲକ୍ଷ 37 ହଜାର 196 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ମୋଟ 1 ଲକ୍ଷ 74 ହଜାର 387 ଜଣ ଚିକିତ୍ସାଧୀନ ଅଛନ୍ତି ।
ବିଶ୍ବରେ କୋରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଆମେରିକା, ବ୍ରାଜିଲ, ଋଷ ପରେ ଚତୁର୍ଥ ସ୍ଥାନରେ ଭାରତ ରହିଛି। ଭାରତରେ ସଂକ୍ରମଣର ହାର ଯେତିକି ମାତ୍ରାରେ ବୃଦ୍ଧି ପାଉଛି ସେହି ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ କୋରୋନା ସଂକ୍ରମଣରେ ସୁସ୍ଥ ହାର 55.49 ପ୍ରତିଶତ ଅଟେ ।