ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 800 ପାଖାପାଖି ପହଞ୍ଚିଛି । ରାଜ୍ୟ ସରକାରଙ୍କ ସୂଚନାନୁସାରେ ଏଠାରେ ଶନିବାର ନୂଆ 43ଟି ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 791 ଛୁଇଁଛି ।
ସେହିପରି ରାଜ୍ୟରେ 605ଟି ସକ୍ରିୟ କେସ ରହିଛି । ଏହାସହ 186 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । 18 ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି ।