ଲକ୍ଷ୍ନୌ: ମେ 30 ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷାରେ ପ୍ରାୟ 43 ଜଣ ପ୍ରାଣ ହରାଇଛନ୍ତି । ତେବେ ମୃତକଙ୍କ ପରିବାରକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ସମବେଦନା ଜଣାଇଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତ୍ୟେକଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଘୋଷଣା କରିଛନ୍ତି।
ଉତ୍ତରପ୍ରଦେଶ ବଜ୍ରପାତରେ 43 ମୃତ, ଯୋଗୀ ସରକାରଙ୍କ କ୍ଷତିପୂରଣ ଘୋଷଣା - 43 deaths in Uttar Pradesh due to thunderstorm,
ଉତ୍ତରପ୍ରଦେଶ ବଜ୍ରପାତରେ 43 ମୃତ । ମୃତକଙ୍କ ପରିବାରକୁ ଯୋଗୀ ସରକାରଙ୍କ କ୍ଷତିପୂରଣ ଘୋଷଣା। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଆହତ ବ୍ୟକ୍ତିଙ୍କ ପାଇଁ ରିଲିଫ ଯୋଗାଇବା ଏବଂ ପ୍ରଭାବିତ ଲୋକଙ୍କୁ ଅତି ଜରୁରୀକାଳୀନ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସର୍ବଶେଷ ରିପୋର୍ଟ ଅନୁଯାୟୀ, ମେ 30ରେ ବଜ୍ରପାତ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମୁଦାୟ 43 ଜଣଙ୍କର ମୃତ୍ୟୁ ହୋଇଛି।