ଓଡିଶା

odisha

ETV Bharat / bharat

ଡିଆରଡିଓ ସମ୍ମିଳନୀରେ ମିସାଇଲମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି - କଲାମଙ୍କୁ ଶ୍ରଦ୍ଧାଜ୍ଞଳି ଦେଲେ ତିନି ସେନା ପ୍ରମୁଖ

ଡିଆରଡିଓ ସମ୍ମିଳନୀରେ ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ସମେତ ତିନି ସେନା ମୁଖ୍ୟ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Oct 15, 2019, 4:21 PM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ 88ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ଭବନରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ 3 ସେନା ମୁଖ୍ୟ।

ମିସାଇଲମ୍ୟାନଙ୍କ ଜନ୍ମ ଜୟନ୍ତୀରେ ଡିଆରଡିଓ ଭବନ ପରିସରରେ ଆୟୋଜିତ 41ତମ ସମ୍ମିଳନୀରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଉନ୍ନତ ସ୍ବଦେଶୀ ଜ୍ଞାନକୌଶଳ ଲାଗି ସାରା ବିଶ୍ବରେ ଭାରତକୁ ପରିଚୟ ଦେଇଛି ଡିଆରଡିଓ। ଏହାର ସଫଳତା ପଛରେ ଭାରତୀୟ ମିସାଇଲମ୍ୟାନ ଭାବେ ପରିଚିତ କଲାମଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାକୁ ଯାଇ ଏନଏସଏ ଅଜିତ ଡୋଭାଲ କହିଥିଲେ ଯେ, ଆଧୁନିକ ଟେକ୍ନୋଲୋଜି ବିନା ଆଜିର ଦିନରେ ସେନାବାହିନୀ କିଛି ନୁହେଁ। ତେଣୁ ଅସ୍ତ୍ରଶସ୍ତ୍ର ସହ ସେନାକୁ ହାଇ ଟେକ୍ନୋଲୋଜିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେହିପରି ସ୍ବଦେଶୀ ଜ୍ଞାନକୌଶଳ ନିର୍ମିତ ହେଉଥିବା ଅସ୍ତ୍ରଶସ୍ତ୍ରର ନିର୍ମାଣରେ ଡିଆରଡିଓର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ମାଧ୍ୟମରେ ସେନା ଆଗାମୀ ଯୁଦ୍ଧରେ ଜିତିବ ବୋଲି ସ୍ଥଳସେନା ମୁଖ୍ୟ ବିପିନ ରାୱତ କହିଛନ୍ତି। ଏବେ ରୋବଟିକ, ଲେଜର ଓ ସାଇବର ଟେକ୍ନୋଲୋଜିର ସମୟ ଆସିଛି ବୋଲି କହିଛନ୍ତି ସେନାଧ୍ୟକ୍ଷ।

ସେପଟେ, ଶକ୍ତିଶାଳୀ ହେବା ଲାଗି ତ୍ରିସୂତ୍ରୀ ଯୋଜନା ବତାଇଛନ୍ତି ନୌସେନା ମୁଖ୍ୟ। ଏଥିସହ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବାକୁ ଆହ୍ବାନ ଦେବା ସହ ଆମେରିକାର DRAP ମଡେଲକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ।

ABOUT THE AUTHOR

...view details