ଓଡିଶା

odisha

ETV Bharat / bharat

ଅସୁରକ୍ଷିତ ଚାରିଧାମ ଯାତ୍ରା ! ମାସକ ଭିତରେ ୪୧ ତୀର୍ଥଯାତ୍ରୀ ମୃତ - pilgrimage

ଗତ ଏକ ମାସରେ ୪୧ଜଣ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରା ସମୟରେ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଅଧିକାଂଶ ଯାତ୍ରୀ ଏଠାରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଉଥିବା ପ୍ରକାଶ ।

ଫାଇଲ ଫଟୋ

By

Published : Jun 7, 2019, 1:00 PM IST

ନୂଆଦିଲ୍ଲୀ: ମେ ମାସ ୭ ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ପ୍ରତିବର୍ଷ ଦେଶବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ତେବେ ଧାର୍ମିକ ରୂପରୁ ଚାରିଧାମ ଯାତ୍ରା ଯେତେ ଗୁରୁତ୍ବପୂର୍ଣ୍ଣ ସେତିକି ବିପଦପୂର୍ଣ୍ଣ ମଧ୍ୟ । ଗତ ଏକ ମାସରେ ୪୧ଜଣ ତୀର୍ଥଯାତ୍ରୀ ଏହି ଯାତ୍ରା ସମୟରେ ପ୍ରାଣ ହରାଇଥିବା ଜଣା ପଡିଛି । ତେବେ ଅଧିକାଂଶ ଯାତ୍ରୀ ଏଠାରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଉଥିବା ଜଣା ପଡିଛି ।

ଯାତ୍ରା ସମୟରେ ଯାତ୍ରୀଙ୍କୁ ଉଚ୍ଚତମ ପାହାଡ ଚଢିବାକୁ ପଡିଥାଏ । ଯାହାଦ୍ବାରା ସେମାନଙ୍କ ରକ୍ତରେ ଅମ୍ଳଯାନର ମାତ୍ରା କମିଯାଇଥାଏ ଏବଂ ହୃଦଘାତ ସମସ୍ୟା ଦେଖାଦେଇଥାଏ । 2018 ତୁଳନାରେ ଚଳିତ ବର୍ଷ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତବର୍ଷ ପ୍ରଥମ ମାସରେ 27 ତୀର୍ଥଯାତ୍ରୀ ପ୍ରାଣ ହରାଇଥିବା ବେଳେ 6 ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ଯାତ୍ରାରେ ପାଖାପାଖି 65 ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

For All Latest Updates

ABOUT THE AUTHOR

...view details