ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ମୋହଲ୍ଲା କ୍ଲିନିକୁ ନେଇ ସିଏମ କେଜ୍ରିଓ୍ବାଲ କହିଛନ୍ତିଯେ, ସରକାର ସମସ୍ତ 400ଟି ମୋହଲ୍ଲା କ୍ଲିନିକ ଖୋଲାରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ବାରା ରୋଗୀଙ୍କୁ ସହଜରେ ସମସ୍ତ ପ୍ରକାର ସୁବିଧା ମିଳିପାରିବ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତିଯେ, ଦିଲ୍ଲୀ ସରକାର ସମୟ ସହିତ ଲଗାତାର ଜନତାଙ୍କ ହିତ ପାଇଁ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଆସିଛନ୍ତି । ଖାଲି ସେତିକି ନୁହେଁ ଏହି କୋରୋନା ଭାଇରସ ସମୟରେ ମଧ୍ୟ ଲୋକମାନଙ୍କର ବେଶ ଭଲ ଭାବେ ଧ୍ୟାନ ରଖାଯାଉଥିବା ସେ କହିଛନ୍ତି । ଲକଡାଉନ ଭଳି ପରିସ୍ଥିତିରେ ଦିଲ୍ଲୀ ସମଗ୍ର ଦେଶ ସାମ୍ନାରେ ଏକ ଆଦର୍ଶ ମଡେଲ ଭାବେ ନିଜକୁ ପ୍ରସ୍ତୁତ କରୁଛି ।