ନୂଆଦିଲ୍ଲୀ: ବିଶାକ୍ତ ବାୟୁ ବଳୟରେ ଦିଲ୍ଲୀ ବାସିନ୍ଦା । ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକେ ପ୍ରଦୂଷଣରେ ବ୍ୟଥିତ ହୋଇ ଅଲଗା ସହରକୁ ଯିବାକୁ ଚାହୁଁଛନ୍ତି । ଚାକିରୀ ଓ ଅନ୍ୟ ଆବଶ୍ୟକ ପାଇଁ ଏଠାରେ ବସବାସ କରୁଥିବା 40 ପ୍ରତିଶତ ଲୋକ ଅଲଗା ସହରକୁ ଯିବାକୁ ଚାହୁଁଛନ୍ତି ।
40 ପ୍ରତିଶତ ଲୋକ ଛାଡିବେ ଦିଲ୍ଲୀ ! - delhi in air polution
ଦିଲ୍ଲୀ ପ୍ରଦୂଷଣରେ ଅସହ୍ୟ ଜନଜୀବନ । ସହର ଛାଡି ଯିବାକୁ ଚାହୁଁଛନ୍ତି ଅନେକ ଲୋକ ।
ଦିଲ୍ଲୀରେ 17 ହଜାରରୁ ଉର୍ଦ୍ଧ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପ୍ରାୟ 13 ପ୍ରତିଶତ ଲୋକ ପ୍ରଦୂଷଣକୁ ରୋକିବା ପାଇଁ କୌଣସି ଉପାୟ ନଥିବା କହିଥିବା ବେଳେ 31 ପ୍ରତିଶତ ଲୋକ ଏୟାର ପ୍ୟୁରିଫାୟର ଓ ମାସ୍କ ସହାୟତା ନେଉଛନ୍ତି । ଅନଲାଇଲ ଦ୍ବାରା କରାଯାଇଥିବା ଏହି ସର୍ଭେରେ 16 ପ୍ରତିଶତ ଲୋକ ଦିଲ୍ଲୀ-ଏନସିଆରରେ ରହିବାକୁ ଚାହାଁନ୍ତି ମାତ୍ର ଏଭଳି ପରିସ୍ଥିତିରେ ସେ ଅନ୍ୟ ଯାଗାକୁ ଯିବାକୁ ଚାହିଁବେ ।
ପ୍ରଦୂଷଣ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଏଥିରେ 13 ପ୍ରତିଶତ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କହିଥିଲେ । 29 ପ୍ରତିଶତ ଲୋକ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିସାରିଲେଣି ଓ 44 ପ୍ରତିଶତ ଲୋକଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଛି ମାତ୍ର ଡାକ୍ତରଙ୍କ ସହ କୌଣସି ପରାମର୍ଶ କରିନାହାଁନ୍ତି । ଯଦି ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ନକମେ ତେବେ ଦିଲ୍ଲୀବାସୀଙ୍କୁ ବାଧ୍ୟ ହୋଇ ସହର ଛାଡିବାକୁ ପଡିବ ।