ଓଡିଶା

odisha

ETV Bharat / bharat

ଚାଇନିଜ ଫୋନ କିଣିବାକୁ 40 ପ୍ରତିଶତ ଭାରତୀୟ ଅନିଚ୍ଛୁକ: ରିପୋର୍ଟ - ଚାଇନିଡ ପ୍ରଡକ୍ଟ ପ୍ରତି ଭାରତୀୟଙ୍କ ଅନିଚ୍ଛା

ଏକ ସର୍ଭେ ରିପୋର୍ଟ ମୁତାବକ 10 ଜଣରେ ଜଣେ ଭାରତୀୟ ବର୍ତ୍ତମାନ ଚାଇନିଜ ପ୍ରଡକ୍ଟ କିମ୍ବା ଚୀନ ଅଧିକୃତ କମ୍ପାନୀର ଫୋନ କିଣିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଯାହା ଆଗକୁ ଯାଇ ଚୀନ ଉପରେ ଭାରି ପଡିପାରେ ବୋଲି ଆକଳନ କରାଯାଉଛି ।

boycott chinese product, indians unwilling for chinese product, value of chinese product in indian market, ବୟକଟ୍‌ ଚାଇନିଜ ପ୍ରଡକ୍ଟ, ଚାଇନିଡ ପ୍ରଡକ୍ଟ ପ୍ରତି ଭାରତୀୟଙ୍କ ଅନିଚ୍ଛା, ଭାରତରେ ଚୀନ ଦ୍ରବ୍ୟର ଚାହିଦା
ଚାଇନିଜ ଫୋନ କିଣିବାକୁ 40 ପ୍ରତିଶତ ଭାରତୀୟ ଅନିଚ୍ଛୁକ: ରିପୋର୍ଟ

By

Published : Jun 20, 2020, 9:13 AM IST

ହାଇଦ୍ରାବାଦ: ଭାରତରେ ବଢୁଥିବା ଆଣ୍ଟି-ଚୀନ ଭାବେ ଚୀନର ସ୍ମାର୍ଟଫୋନ ବଜାର ଉପରେ ବଡ ପ୍ରଭାବ ପକାଇପାରେ । ଏନେଇ ଶୁକ୍ରବାର ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ 10 ଜଣରେ ଜଣେ ଭାରତୀୟ ବର୍ତ୍ତମାନ ଚାଇନିଜ ପ୍ରଡକ୍ଟ କିମ୍ବା ଚୀନ ଅଧିକୃତ କମ୍ପାନୀର ଫୋନ କିଣିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଯାହା ଆଗକୁ ଯାଇ ଚୀନ ଉପରେ ଭାରି ପଡିପାରେ ବୋଲି ଆକଳନ କରାଯାଉଛି ।

ଲଦାଖରେ ଚାଲିଥିବା ଭାରତ-ଚୀନ ସଂଘର୍ଷ ପରେ ଅର୍ଦ୍ଧାଧିକ ଭାରତୀୟଙ୍କ ମନରେ ଚୀନକୁ ନେଇ ନକାରାତ୍ମକ ଚିନ୍ତା ରହିଥିବା ଦେଖିବାକୁ ମିଳିଛି । ସେପଟେ ଏହା ପଛରେ ଆଉ ଏକ ମୁଖ୍ୟ କାରଣ ହେଉଛି କୋରୋନା ସଂକ୍ରମଣ । ଚୀନରେ ଉହାନରୁ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିବା ବେଳେ ଏହି ସ୍ଥାନରେ ସ୍ମାର୍ଟଫୋନର ମୁଖ୍ୟ ବ୍ୟବସାୟ ରହିଛି । ତେଣୁ ଭାରତୀୟମାନେ ଏହି କାରଣରୁ ମଧ୍ୟ ଚାଇନିଜ ପ୍ରଡକ୍ଟ ଓ ଚୀନ ଅଧିକୃତ ଅନ୍ୟ କମ୍ପାନୀର ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ଦେଖାଯାଉଛି ।

କେବଳ ଭାରତ ନୁହଁ ଇଟାଲୀ, ସ୍ପେନରେ ମଧ୍ୟ ଚୀନ ବିରୋଧାଭାସ ଆରମ୍ଭ ହେଉଥିବା ଦେଖିବାକୁ ମିଳୁଛି । ଏହିକ୍ରମରେ ଇଟାଲୀରେ 56 ପ୍ରତିଶତ ଓ ସ୍ପେନରେ 58 ପ୍ରତିଶତ ଲୋକେ ଚାଇନିଜ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସେହିପରି ଆମେରିକାରେ ଏହା 41 ପ୍ରତିଶତ ରହିଥିବା ବେଳେ ଜର୍ମାନୀରେ 34 ପ୍ରତିଶତ ରହିଥିବା ଦେଖିବାକୁ ମିଳିଛି ।

@IANS

ABOUT THE AUTHOR

...view details