ହାଇଦ୍ରାବାଦ: ଘୁଷୁରୀ ହାବୁଡରେ 4 ବର୍ଷର ଶିଶୁ । ରାସ୍ତାରେ ଏକାକୀ ପାଇ ଝୁଣି ଖାଇଗଲେ ଘୁଷୁରୀ ପଲ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦରେ ।
ବାହାରେ ଖେଳୁଥିବା ବେଳେ 4 ବର୍ଷର ଶିଶୁକୁ ଝୁଣି ଖାଇଲେ ଘୁଷୁରୀ ପଲ - 4 ବର୍ଷର ଶିଶୁକୁ ଝୁଣି ଖାଇଲେ ଘୁଷୁରୀ ପଲ
ହାଇଦ୍ରାବର ସିଙ୍ଗେରାଣୀ ଅଞ୍ଚଳରେ ପରିବାର ଲୋକ ଘର ଭିତରେ ଥିବା ବେଳେ 4 ବର୍ଷର ଶିଶୁ ବାହାରେ ଖେଳୁଥିବା ବେଳେ ଘୁଷୁରୀ ପଲଙ୍କ ହାବୁଡରେ ପଡିଯାଇଥିଲା । ଆଉ ସେମାନେ ଖିନ ଭିନ କରି ଶିଶୁଟିକୁ ଖାଇବା ପରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ, ଗତକାଲି ହାଇଦ୍ରାବର ସିଙ୍ଗେରାଣୀ ଅଞ୍ଚଳରେ ଲକଡାଉନରେ ପରିବାର ଲୋକେ ଘରେ ଥିବା ବେଳେ 4 ବର୍ଷର ଶିଶୁ ଛୁଆଟି ଖେଳିବାକୁ ଘରୁ ବାହାରି ଆସିଥିଲା । ହେଲେ ଏ ବିଷୟରେ ଘର ଲୋକ କେହି ଜାଣିନଥିଲେ । ବାହାରେ ଖେଳୁଥିବା ବେଳେ ଘୁଷୁରୀ ପଲ ଛୁଆଟିକୁ ଝାମ୍ପି ନେଇଥିଲେ । ନିକଟରେ ଥିବା ଅଳିଆ ଗଦାରେ ଫୋପାଡି ଦେଇଥିଲେ । ଆଉ ସେଠାରେ ହିଁ ଶିଶୁର ମୃତ୍ୟୁ ହୋଇଥିଲା ।
ପରେ କେହି ସ୍ଥାନୀୟ ଲୋକ ଶିଶୁର ରକ୍ତ ଜୁଡୁବୁଡୁ ଶରୀର ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାକୁ ସଙ୍ଗେସଙ୍ଗେ ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ସେପଟେ ଶିଶୁର ବାପା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିବାବେଳେ ପୋଷ୍ଟ ମର୍ଟମ ପାଇଁ ସରକାରୀ ଡାକ୍ତରଖାନାକୁ ଶିଶୁର ମୃତଦେହ ପଠା ଯାଇଛି । ସେପଟେ ଏନେଇ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।