ଭୋପାଳ: କୋରୋନାକୁ ହରାଇ ସୁସ୍ଥ ହେଲେ 4 ବର୍ଷର କୁନି ଝିଅ । ଆଶ୍ଚର୍ଯ୍ୟର କଥା ହେଉଛି କେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଉନଥିଲେ ଏହି ରୋଗୀ । ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ନିଜ ଘରେ ହେଉଥିଲା ଚିକିତ୍ସା । ଏନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।
କୋରୋନାକୁ ହରାଇ ସୁସ୍ଥ ହେଲା 4 ବର୍ଷର ଶିଶୁ - INDORE
କୋରୋନାକୁ ହରାଇ ସୁସ୍ଥ ହେଲା 4 ବର୍ଷର ଶିଶୁ । ଘରେ ଚାଲିଥିଲା ଚିକିତ୍ସା । ଅଧିକ ପଢନ୍ତୁ...
17 ଦିନ ଘରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି ଏହି ଶିଶୁ । ତାଙ୍କ ପିତା କହିଛନ୍ତି ଯେ ଝିଅ ପଜିଟିଭ୍ ଜାଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ । କାରଣ ଆମ ପରିବାରର ପୂର୍ବରୁ କେହି କୋରୋନା ଆକ୍ରାନ୍ତ ହୋଇନଥିଲେ । ଝିଅ ଠାରେ ସେଭଳି କୌଣସି ଲକ୍ଷଣ ମଧ୍ୟ ଦେଖାଯାଇ ନଥିଲା । ଝିଅ ଡାକ୍ତରଖାନାରେ ନୁହେଁ ବରଂ ଘରେ ଚିକିତ୍ସିତ ହେଉ ବୋଲି ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିଲି ।
ଏହି କୁନି ଝିଅକୁ ଚିକିତ୍ସା କରୁଥିବା ଡାକ୍ତର ଡ. ଗଙ୍ଗାରାଡେ କହିଛନ୍ତି ଯେ, ବର୍ତ୍ତମାନ ଚିକିତ୍ସିତ 254 ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଅସ୍ୱାଭାବିକ ଏବଂ କେତେକ ସାମାନ୍ୟ ଲକ୍ଷଣ ଦେଖାଉଛନ୍ତି । କିନ୍ତୁ ଏହି 4 ବର୍ଷର ଶିଶୁ କ୍ଷେତ୍ରରେ ସେଭଳି କିଛି ଲକ୍ଷଣ ନଥିଲେ । ଦେଶର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଇନ୍ଦୋର ଜିଲ୍ଲାରେ ବର୍ତ୍ତମାନ 4,329 କୋଭିଡ-19 ଆକ୍ରାନ୍ତ ଥିବା ବେଳେ 197 ଜଣ ସଂକ୍ରମଣରେ ମୃତ୍ୟୁ ଘଟିସାରିଛି । ବର୍ତ୍ତମାନ ସୁଦ୍ଧା 3,185 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।