ମୁମ୍ବାଇ: ଗୋଭାଣ୍ଡିର ଶିବାଜୀ ନଗର ଅଞ୍ଚଳରେ ଅଭାବନୀୟ ଘଟଣା । ଏକ 4 ବର୍ଷର ଶିଶୁ ସେପ୍ଟିକ୍ ଟ୍ୟାଙ୍କରେ ପଡ଼ି ମୃତ୍ୟୁବରଣ କରିଛି । ଏହି ଘଟଣାଟି ଶିବାଜୀ ନାଗର ଅଞ୍ଚଳର ଏକ ମନ୍ଦିର ନିକଟରେ ଘଟିଛି । ମୃତକ ଜଣକ ହେଉଛନ୍ତି ଆରିଫ୍ ନାସୁଲ୍ଲାହ ଶେଖ ।
ସେପ୍ଟିକ୍ ଟ୍ୟାଙ୍କରେ ପଡ଼ି 4 ବର୍ଷର ଶିଶୁ ମୃତ - 4-year-old boy falls into septic tank
ମୁମ୍ବାଇରେ ସେପ୍ଟିକ୍ ଟ୍ୟାଙ୍କିରେ ପଡ଼ି ଏକ 4 ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ...
![ସେପ୍ଟିକ୍ ଟ୍ୟାଙ୍କରେ ପଡ଼ି 4 ବର୍ଷର ଶିଶୁ ମୃତ 4-year-old boy falls into septic tank in Mumbai](https://etvbharatimages.akamaized.net/etvbharat/prod-images/768-512-6364604-thumbnail-3x2-mumbai.jpg)
ସେପ୍ଟିକ୍ ଟ୍ୟାଙ୍କିରେ ପଡ଼ି 4 ବର୍ଷର ବାଳକର ମୃତ୍ୟୁ
ମୁମ୍ବାଇର ଗୋଭାଣ୍ଡି ଉପକଣ୍ଠରେ ସେପ୍ଟିକ୍ ଟ୍ୟାଙ୍କଟି ଏକ କାଠପଟା ଦ୍ବାରା ଘୋଡା ଯାଇଥିଲା । ଆରିଫ ସାଙ୍ଗ ମାନଙ୍କ ସହ ଖେଳୁଥିବା ସମୟରେ ଟାଙ୍କି ଭିତରକୁ ଖସି ପଡ଼ିଥିଲେ, ଯାହା ସିସିଟିଭି ଫୁଟେଜରେ କଏଦ୍ ହୋଇଛି । ପାଖରେ ଥିବା ଜଣେ ବ୍ୟକ୍ତି ମୋବାଇଲରେ କଥା ହେଉଥିବାରୁ ଏସବୁକୁ ନଜର କରି ପାରିନଥିଲେ । ଆରିଫଙ୍କୁ ଟାଙ୍କିରୁ ବାହାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।
@ANI