ଓଡିଶା

odisha

ETV Bharat / bharat

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 4 ମୃତ - 4 workers died while cleaning a sewer

ଉତ୍ତର ପ୍ରଦେଶର ମୁଜାଫରପୁରରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର 4 ଜଣ ପ୍ରାଣ ହରାଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Sep 10, 2019, 2:43 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରପୁରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର 4 ଜଣ ପ୍ରାଣ ହରାଇଛନ୍ତି । ମୃତକ ମାନେ ହେଲେ ପରିବାରର ମୁଖ୍ୟ ମଧୁସୂଦନ ସାହାନୀ, ତାଙ୍କ ପୁଅ କୌଶଲ କୁମାର, ପୁତୁରା ରୀରକୁମାର ସାହାନୀ ଏବଂ ଧର୍ମେନ୍ଦ୍ର ସାହାନୀ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ମୁତାବକ, ମୁଜାଫରପୁରର ମଧୁବନ କାଣ୍ଟି ଗ୍ରାମରେ 4 ଜଣ କର୍ମୀ ଆଜି ସକାଳେ ଏକ ପାଇଖାନା ଟାଙ୍କିରେ କାର୍ଯ୍ୟ ପାଇଁ ଯାଇଥିଲେ । ଟାଙ୍କି କାମ କରୁଥିବା ବେଳେ ପ୍ରଥମେ ଜଣେ କର୍ମୀ ସେଠାରେ ଫସିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ବାକି 3 ଜଣ ମଧ୍ୟ ଟାଙ୍କିରେ ଫସିଯାଇଥିଲେ । ଦୀର୍ଘ ସମୟ ଧରି ସେଠାରେ ଫସିରହିବା ଫଳରେ ଶ୍ବାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଛି । ସେପଟେ ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି ।

ABOUT THE AUTHOR

...view details