ଓଡିଶା

odisha

ETV Bharat / bharat

ଇନ୍ଦୋରରେ ସ୍ବାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା 28 ବୃଦ୍ଧି - indore

ଇନ୍ଦୋର ଜିଲ୍ଲାରେ କାୟା ବିସ୍ତାର କରିଚାଲିଛି ମାରାତ୍ମକ ସ୍ବାଇନ ଫ୍ଲୁ ।ଏଥିରେ 4 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଚଳିତବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 28 ଜଣ ସ୍ବାଇନ ଫ୍ଲୁରେ ପ୍ରାଣ ହରାଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Mar 9, 2019, 5:55 PM IST

ଇନ୍ଦୋର: ସମଗ୍ର ଦେଶରେ ଏବେ ବଢି ଚାଲିଛି ସ୍ବାଇନ ଫ୍ଲୁ । ଏଥିରୁ ବାଦ ପଡିନି ମଧ୍ୟପ୍ରଦେଶ । ରାଜ୍ୟର ଇନ୍ଦୋର ଜିଲ୍ଲାରେ କାୟା ବିସ୍ତାର କରିଚାଲିଛି ମାରାତ୍ମକ ସ୍ବାଇନ ଫ୍ଲୁ । ଏଥିରେ 4 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଚଳିତବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 28 ଜଣ ସ୍ବାଇନ ଫ୍ଲୁରେ ପ୍ରାଣ ହରାଇଛନ୍ତି ।

ଚାରି ଦିନ ଭିତରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ 27ରୁ 63 ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି । ମୋଟ 94 ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ଭିତରୁ 28 ଜଣଙ୍କର ମୃତ୍ୟୁ ଘଟିସାରିଛି । ମୃତକଙ୍କ ଭିତରୁ 11 ଜଣ ଇନ୍ଦୋରର ନୁହଁନ୍ତି । ସେମାନଙ୍କୁ କେବଳ ଚିକିତ୍ସା ପାଇଁ ଇନ୍ଦୋରରେ ଥିବା ହସ୍ପିଟାଲକୁ ଅଣାଯାଇଥିଲା ।

ଏହା ହେଉଛି ଏକ ଭୂତାଣୁ ଜନିତ ରୋଗ । ପାଣିପାଗ ପରିବର୍ତ୍ତନ ଅନୁସାରେ ଏଚ-1 ଓଏନ-1 ଭୂତାଣୁ ସକ୍ରିୟ ହୋଇଥାଏ । ଏହା ମୁଖ୍ୟତଃ ରୋଗଗ୍ରସ୍ତ ବ୍ୟକ୍ତିର ନିଶ୍ବାସ ପ୍ରଶ୍ବାସ, ଛିଙ୍କ, କାଶ ଦ୍ବାରା ଜଣେ ସୁସ୍ଥ ଲୋକର ଶରୀରରେ ସଂକ୍ରମିତ ହୋଇଥାଏ ।

For All Latest Updates

ABOUT THE AUTHOR

...view details