ଭୋପାଳ: ଟାକ୍ଟର ଓଲଟି 4 ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 10ରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ଫଣ୍ଡୋଖର ଥାନା ନିକଟସ୍ଥ ସମଥର ତିରାହେ ଅଞ୍ଚଳରେ ।
ଓଲଟିଲା ଟ୍ରାକ୍ଟର, 4 ମହିଳା ଭକ୍ତ ମୃତ - ଓଲଟିଲା ଟ୍ରାକ୍ଟର
ମଧ୍ୟପ୍ରଦେଶ ଫଣ୍ଡୋଖର ଥାନା ନିକଟସ୍ଥ ସମଥର ତିରାହେ ଅଞ୍ଚଳରେ ଟାକ୍ଟର ଓଲଟି 4 ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 10 ରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ 3 ଟା ସମୟରେ ଏକ ଟ୍ରାକ୍ଟରରେ ଭକ୍ତମାନେ ରତନଗଡ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ଟ୍ରାକ୍ଟର ଡ୍ରାଇଭର ନିଦରେ ଘୁମାଇବାରୁ ଏକ ଗଛରେ ଟ୍ରାକ୍ଟରଟି ପିଟି ହୋଇ ଓଲଟି ପଡିଥିଲା ।
ଯେଉଁଥିରେ 4 ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 10ରୁ ଉର୍ଦ୍ଧ୍ବ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଭକ୍ତ ମଧ୍ୟପ୍ରଦେଶର ଲିଧୌରା ଗ୍ରାମର ବୋଲି ଜଣାପଡିଛି ।