ସିମଲା: ଶନିବାର ହିମାଚଳ ପ୍ରଦେଶରେ ଅନ୍ତରାଷ୍ଟ୍ରୀୟ କୁଲ୍ଲୁ ଦଶହରା ଉତ୍ସବ ମୈଦାନରେ ମହାନାଟୀ ଉତ୍ସବ ପାଳିତ ହୋଇଛି। ପ୍ରାୟ 4 ହଜାର ମହିଳା ମାନେ ଏକାଠି ହୋଇ ପାହାଡି ପରମ୍ପରା ଅନୁଯାୟୀ ନୃତ୍ୟ କରିଛନ୍ତି । ଯାହାକୁ ମହାନାଟୀ କୁହନ୍ତି । ଏହା ମାଧ୍ୟମରେ ସେମାନେ ସ୍ବଚ୍ଛତା ଓ ପୋଷଣର ବାର୍ତ୍ତା ଦେଇଛନ୍ତି । ଅନ୍ତରାଷ୍ଟ୍ରୀୟ କୁଲ୍ଲୁ ଦଶହରାରେ ସ୍ବଚ୍ଚତା ଓ ପୋଷଣର ଥିମ ନେଇ ଏହି ମହାନାଟୀର ଆୟୋଜନ କରାଯାଇଛି ।
ଅନ୍ତରାଷ୍ଟ୍ରୀୟ କୁଲ୍ଲୁ ଦଶହରା: ରଥ ମୈଦାନରେ 4 ହଜାର ମହିଳାଙ୍କ ନୃତ୍ୟ ପ୍ରଦର୍ଶନ - ନୃତ୍ୟ ପ୍ରଦର୍ଶନ କଲେ 4 ହଜାର ମହିଳା
ସ୍ବଚ୍ଛତା ଓ ପୋଷଣର ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଅନ୍ତରାଷ୍ଟ୍ରୀୟ କୁଲ୍ଲୁ ଦଶହରା ଉତ୍ସବ ମୈଦାନରେ ନୃତ୍ୟ କଲେ 4 ହଜାର ମହିଳା । ଅଧିକ ପଢନ୍ତୁ....
ଏହି ନାଟିରେ ଅଙ୍ଗନବାଡି କର୍ମୀ ଓ ମହିଳା ସଦସ୍ୟମାନେ ଭାଗ ନେଇଥିଲେ। କୁଲ୍ଲୁ ସ୍ଥିତ ରଥ ମୈଦାନରେ ଏକତ୍ରିତ ହୋଇ ସମସ୍ତ ମହିଳା ସଦସ୍ୟ ମାନେ ପାରମ୍ପରିକ ପୋଷାକ ପିନ୍ଧି ଏକାଠି ହୋଇ ନାଟି ନୃତ୍ୟ କରିଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଜାରି ରହିଥିଲା ଏହି ନୃତ୍ୟ । ଏଥିରେ ମହିଳାମାନେ ଢୋଲ, ତାଳ, ନଗାଡାର ତାଳେ ତାଳେ ପାହାଡି ଗୀତ ଗାଇ ନୃତ୍ୟ କରିଥିଲେ ।
ଏହା ପୂର୍ବରୁ 2016 ମସିହାରେ 10 ହଜାରରୁ ଅଧିକ ମହିଳା ନୃତ୍ୟ କରି ଗିନିଜ ବୁକ ଅଫ ରେକର୍ଡ କରିଥିଲେ । ତେବେ ଚଳିତବର୍ଷ 4 ହଜାର ମହିଳା ନୃତ୍ୟ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବେ । ଏହି ଅବସରରେ ଜଙ୍ଗଲ ଏବଂ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।