ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ନିଜର କାୟା ବିସ୍ତାର କରୁଥିବା ବେଳେ ଏବେ ଏହାର ପାଦ ଦିଲ୍ଲୀ ରାଜ ନିବାସରେ ପଡିଛି । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କ କାର୍ଯ୍ୟାଳୟରେ ପାଖାପାଖି 4 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ପ୍ରଥମ ଥର ପାଇଁ ରାଜ ନିବାସରୁ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି ।