ଓଡିଶା

odisha

ETV Bharat / bharat

ଆଇଏସଆଇ ଏଜେଣ୍ଟଙ୍କ ସହ 4 ଆତଙ୍କବାଦୀଙ୍କ ଭାରତରେ ପ୍ରବେଶ - ପାକିସ୍ତାନୀ ଗୁଇନ୍ଦା ସଂସ୍ଥା

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏଜେଣ୍ଟ ସହିତ 4 ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରିଥିବା ନେଇ ଇଣ୍ଟେନିଜେନ୍ସି ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ଜନଗହଳି ପୂର୍ଣ୍ଣ ସ୍ଥାନ, ହୋଟେଲ, ଢାବା, ରେଲଓ୍ବେ ଷ୍ଟେସନରେ ଚେକିଂ ଜାରି ରହିଛି।

ପ୍ରତିକାତ୍ମକ ଫଟୋ

By

Published : Aug 20, 2019, 12:55 PM IST

ନୂଆଦିଲ୍ଲୀ: ଭାରତ ବିରୋଧି ଷଡଯନ୍ତ୍ରରେ ମାତିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଆଉ ଏହି କ୍ରମରେ ଆଇଏସଆଇର ଏଜେଣ୍ଟ ସହିତ 4 ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି । ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଦେଶର ଆଭ୍ୟନ୍ତରୀଣ ଗୁଇନ୍ଦା ମନ୍ତ୍ରଣାଳୟ ଇଣ୍ଟେଲିଜେନ୍ସି ବ୍ୟୁରୋ(ଆଇବି) । କୌଣସି ବଡ ଧରଣର ବିପଦ ଆଶଙ୍କାରେ ରାଜସ୍ଥାନ ଓ ଗୁଜୁରାଟ ସୀମା ସମେତ ପୁରା ଦେଶରେ ହାଇ ଆର୍ଲଟ ଜାରି କରାଯାଇଛି।

ଆତଙ୍କବାଦୀ ଆଇଏସଆଇ ଏଜେଣ୍ଟଙ୍କ ସହ ଆଫଗାନିସ୍ତାନ ପାସପୋର୍ଟ ଜରିଆରେ ଭାରତରେ ପ୍ରବେଶ କରିଛନ୍ତି ବୋଲି ରାଜସ୍ଥାନ ସିରୋହୀ ପୋଲିସ ଅଧୀକ୍ଷକ କଲ୍ୟାଣମଲ୍ଲ ମୀଣା ସୂଚନା ଦେଇଛନ୍ତି । ଦେଶରେ ସେମାନଙ୍କର ପ୍ରବେଶ ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ଦେଶବ୍ୟାପୀ ସତର୍କତା ଅବଲମ୍ବନ କରାଯାଇଛି । ଏ ସୂଚନା ମଧ୍ୟ ସିରୋହୀର ନିକଟସ୍ଥ ଥାନାକୁ ମଧ୍ୟ ଦିଆଯାଇଛି। ଏଥି ସହିତ ଜନଗହଳି ପୂର୍ଣ୍ଣ ସ୍ଥାନ, ହୋଟେଲ, ଢାବା, ରେଲଓ୍ବେ ସ୍ଟେସନରେ ଚେକିଂ ଜାରି ରହିଛି।

ABOUT THE AUTHOR

...view details