ଓଡିଶା

odisha

ETV Bharat / bharat

ମଜା ହେଲା ସଜ୍ଜା, ଟ୍ରାକ ଉପରେ ମଦ ପିଉଥିବା ବେଳେ ମାଡିଗଲା ଟ୍ରେନ

ମଦ ପିଇ ମଜା କରିବା ଲକ୍ଷ୍ୟରେ ଜୀବନ ଯାଇଛି 4 ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର । ତାମିଲନାଡୁର କୋଏମ୍ବାଟୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଅଧିକ ପଢନ୍ତୁ...

By

Published : Nov 15, 2019, 12:39 PM IST

ପ୍ରତିକାତ୍ମକ ଫଟୋ

ଚେନ୍ନାଇ: "ମଦ", କଥାରେ ଅଛି 'ମ'ରେ ମୃତ୍ୟୁ 'ଦ'ରେ ଦରିଦ୍ର । ହେଲେ ଏହା ଜାଣିବା ସତ୍ତ୍ବେ ଲୋକ ମାନେ ଏହାକୁ ପିଇବାକୁ କି ବିକ୍ରି କରିବାକୁ ସଙ୍କୋଚ କରୁନାହାଁନ୍ତି । ହେଲେ ମଦ ପିଇ ମଜା କରିବା ଲକ୍ଷ୍ୟରେ ଜୀବନ ଯାଇଛି 4 ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର । ତାମିଲନାଡୁର କୋଏମ୍ବାଟୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । କୁହାଯାଉଛି ଏହି ମୃତ 4 ଛାତ୍ର ରେଲୱେ ଟ୍ରାକ ଉପରେ ବସି ହିଁ ମଦ ପିଉଥିଲେ ।

ଯାହା ଫଳରେ ଦ୍ରୁତଗତିରେ ଆସୁଥିବା ଟ୍ରେନଟି ତାଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ 4 ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ଏହି ଛାତ୍ର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ବୁଧବାର ରାତି ରାବୁଥୁର ପିରିବୁ ଅଞ୍ଚଳରେ ଘଟିଛି ।

ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ସମସ୍ତ 5 ଛାତ୍ର ନିଶାସକ୍ତ ଅବସ୍ଥାରେ ରେଲୱେ ଟ୍ରାକ ଉପରେ ବସି ନିଶା ସେବନ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଅଲପେ-ଚେନ୍ନାଇ ଏକ୍ସପ୍ରେସ ତାଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସମସ୍ତ ଛାତ୍ର ଏକ ବେସରକାରୀ ଇଞ୍ଜିନିୟରିଂ କଲେଜର ବୋଲି ଜଣାପଡିଛି ।

ABOUT THE AUTHOR

...view details