ଓଡିଶା

odisha

By

Published : Feb 14, 2019, 10:53 AM IST

ETV Bharat / bharat

କର୍ଣ୍ଣାଟକ ବିଧାନସଭାରେ ଯୋଗଦେଲେ 4 ବିଦ୍ରୋହୀ କଂଗ୍ରେସ ବିଧାୟକ

ଶେଷରେ କର୍ଣ୍ଣାଟକ କଂଗ୍ରେସର 4 ବିଦ୍ରୋହୀ ବିଧାୟକ ବିଧାନସଭାରେ ଯୋଗ ଦେଇଛନ୍ତି। ଦଳର ହ୍ୱିପ ଓ ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ରହିଥିଲେ ସେମାନେ। ବିରୋଧି ବିଜେପି ଏହି 4 ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଯୋଗ ଦେଇଛନ୍ତି 4 ବିଦ୍ରୋହୀ କଂଗ୍ରେସ ବିଧାୟକ। ଫେବୃଆରୀ 6ରୁ ଚାଲିଛି ବଜେଟ ଅଧିବେଶନ। ଦଳର ହ୍ୱିପ ଜାରି ପରେ ବି ଅନୁପସ୍ଥିତ ଥିଲେ ବିଧାୟକ ରମେଶ ଜାରକିହୋଲି, ଉମେଶ ଯାଦବ, ମହେଶ କୁମଥାହାଲି ଏବଂ ବି.ନଗେନ୍ଦ୍ର। ବିରୋଧୀ ବିଜେପି ଏହି 4 କଂଗ୍ରେସ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଜେଡିଏସ-କଂଗ୍ରେସ ସରକାରରେ କିଛି କଂଗ୍ରେସ ନେତା ପିସିସିର କାର୍ଯ୍ୟକୁ ନେଇ ଅସନ୍ତୋଷ ଥିବା ଜଣାପଡିଛି।

ରମେଶ ଜାରକିହୋଲି ମଙ୍ଗଳବାର ରାତିରେ ବେଙ୍ଗାଲୁରୁରେ ପହଞ୍ଚିଥିବା ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। କୌଣସି କାରଣରୁ ସେ ରାଜ୍ୟ ବାହାରେ ଥିଲେ । ସେହିପରି ମହେଶ କୁମଥାହାଲି କହିଛନ୍ତି ଦଳର କିଛି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ। ହେଲେ ବଜେଟ ଅଧିବେଶନ ଚାଲିଥିବାରୁ ସେ ବିଳମ୍ବରେ ହେଉ ପଛେ ଯୋଗ ଦେଇଛନ୍ତି ।

ସୂଚନା ରହିଛି କି ବିଧାୟକ ନାରାୟଣ ଗୌଡା ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀ କ୍ରିଷ୍ଣାରାଜପେଟକୁ ମୁଖ୍ୟମନ୍ତ୍ରୀ ଅବହେଳା କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।



ABOUT THE AUTHOR

...view details