ଓଡିଶା

odisha

ETV Bharat / bharat

ଭୋଜି ଖାଇ ଫେରିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା 4 ଜୀବନ - road accident at Mumbai - Pune expressway.

ମୁମ୍ବାଇ-ପୁନେ ହାଇୱେରେ ଏକ କାର ଗୋଟିଏ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ 4ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଏ ଦୁର୍ଘଟଣାରେ 2ଜଣ ଗୁରୁତର ଆହତ ହୋଇଛନ୍ତି।

accident
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Nov 29, 2019, 10:56 AM IST


ମୁମ୍ବାଇ: ଭୋଜି ଖାଇ ଫେରିବା ହେଲା କାଳ । ମହାରାଷ୍ଟ୍ରର ମୁମ୍ବାଇ-ପୁନେ ହାଇୱେରେ ଏକ କାର ଗୋଟିଏ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ 4ଜଣଙ୍କ ମୃତ୍ୟୁ ହୋଇଛି । ଏ ଦୁର୍ଘଟଣାରେ 2ଜଣ ଗୁରୁତର ଆହତ ହୋଇଛନ୍ତି ।

ଶୁକ୍ରବାର ଭୋର 5ଟା 30 ମିନିଟ ସମୟରେ ଏକ ପରିବାରର 6 ଜଣ ସଦସ୍ୟ ଭୋଜି ଖାଇ ମହାରାଷ୍ଟ୍ରର ସତାରାରୁ କାର ଯୋଗେ ଫେରୁଥିଲେ । ଫେରିବା ସମୟରେ ମୁମ୍ବାଇ-ପୁନେ ହାଇୱେରେ ଥିବା ଏକ ଟ୍ୟାଙ୍କର ସହ କାର ଧକ୍କା ହେବା ଫଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 2 ଜଣ ଗୁରୁତର ଆହତ ହୋଇଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଖବର ପାଇ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ, ଆହତଙ୍କୁ ନିକଟସ୍ଥ ମେଡିକାଲକୁ ପଠାଇଛି।

ABOUT THE AUTHOR

...view details