ନୂଆଦିଲ୍ଲୀ: ମୌଜପୁର ହିଂସା ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଦିଲ୍ଲୀ ପୋଲିସର କନେଷ୍ଟବଳ ଏବଂ ଅନ୍ୟ ତିନି ଜଣ ସାଧାରଣ ନାଗରିକ ରହିଛନ୍ତି । ସେହିପରି ଡିସିପିଙ୍କ ସମେତ ମୋଟ 10ଜଣ ପୋଲିସ ଅଧିକାରୀ ଏହି ହିଂସାରେ ଆହତ ହୋଇଛନ୍ତି ।
ଆହତଙ୍କୁ ସ୍ଥାନୀୟ ଗୁରୁ ତେଗବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପୂର୍ବ ଦିଲ୍ଲୀର ମୌଜପୁର ଓ ଗୋକୁଲପୁରୀ ଅଞ୍ଚଳରେ ସିଏଏ ଆନ୍ଦୋଳନ ବେଳେ ଦୁଇ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ ।