ଜୟପୁର:ଋଣ ଭାର ସହି ନପାରି ଗୋଟିଏ ପରିବାରର 4 ଜଣଙ୍କର ସାମୂହିକ ଆତ୍ମହତ୍ୟା । ରାଜସ୍ଥାନର ଜୟପୁର କାନୋତି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା ।
ପ୍ରାଥମିକ ସୂଚନା ଅନୁଯାୟୀ, ପଡୋଶୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ପରିବାର ଅଳଙ୍କାର ବ୍ୟବସାୟ ସହିତ ଜଡିତ ଥିଲା । ତେବେ ଦୀର୍ଘ ସମୟ ଧରି ଋଣ ଭାର ସୁଝି ନପାରି ଏହି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ପରିବାରର 4 ଜଣ ସଦସ୍ୟ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରୁ କୌଣସି ସୁଇସାଇଡ ନୋଟ ଜବତ ହୋଇ ନାହିଁ ।