କୋଲକାତା: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । କାୱାସାକି ରୋଗ ଏବଂ COVID-19 ଭଳି ମହାମାରୀକୁ ପରାସ୍ତ କରି ଜୀବନ ବାଜିରେ ବିଜୟୀ ହୋଇଛି ଜଣେ 4 ମାସର ଶିଶୁ । କୋଲକାତାରୁ ଆସିଛି ଏପରି ଏକ ଖୁସି ଖବର । ଏହି ଶିଶୁଟି ରାଜ୍ୟର ହୁଗଲି ଜିଲ୍ଲାର ବାସିନ୍ଦା ।
ସେ ଜ୍ୱରରେ ଆକ୍ରାନ୍ତ ହୋଇ କ୍ରମାଗତ ଭାବରେ କାନ୍ଦିବା ପରେ କୋଲକାତା ସହରର ଏକ ଘରୋଇ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଥିଲା। ଏବଂ ନିରାକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ କାୱାସାକି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ପରେ, ଯେତେବେଳେ ତାଙ୍କର ଲକ୍ଷଣ ଜାରି ରହିଲା, ସେହି ଶିଶୁର ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା, ଯାହା ଦ୍ବାରା ଜଣାପଡିଥିଲା ଯେ ସେ COVID-19 ଭଳି ମହାମାରୀରେ ମଧ୍ୟ ପିଡ଼ୀତ ।