ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ଲଗାତାର ଭୂକମ୍ପର ଝଟକା। ଛୋଟ ଧରଣର ଏହି ଭୂକମ୍ପ ଝଟକା ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରି ରଖିଛି। ତେବେ ମଙ୍ଗଳବାର ଏକାଥରକେ 4ଟି ଭୂକମ୍ପର ଝଟକା ଅନୁଭୂତ କରିଛି ଜମ୍ମୁକାଶ୍ମୀର। ସେଥିମଧ୍ୟରୁ ପ୍ରଥମ ଝଟକାର ତୀବ୍ରତା 4.7 ରୁ 5.5 ମଧ୍ୟରେ ରହିଥିଲା ବୋଲି ଭୂତତ୍ତ୍ବବିତ୍ ମାନେ କହିଛନ୍ତି।
ଜମ୍ମୁ କାଶ୍ମୀରକୁ ଲଗାତାର 4ଟି ଭୂକମ୍ପର ଝଟକା, କ୍ଷୟକ୍ଷତିର ନାହିଁ ସୂଚନା - Earthquakes
ଜମ୍ମୁ କାଶ୍ମୀରକୁ 4ଟି ମଧ୍ୟମ ଧରଣର ଭୂକମ୍ପର ଝଟକା। ସେଥିମଧ୍ୟରୁ ପ୍ରଥମ ଝଟକାର ତୀବ୍ରତା 4.7 ରୁ 5.5 ମଧ୍ୟରେ ରହିଥିଲା ବୋଲି ଭୂତତ୍ତ୍ବବିତ୍ମାନେ କହିଛନ୍ତି। ଅଧିକ ଖବର ପଢନ୍ତୁ...
ଜମ୍ମୁ କାଶ୍ମୀରକୁ 4 ଟି ଭୂକମ୍ପର ଝଟକା, କ୍ଷୟକ୍ଷତିର ନାହିଁ ସୂଚନା
ପ୍ରଥମ ଭୂକମ୍ପଟି 10.42 ରେ 4.7 ତୀବ୍ରତାର ଅନୁଭୂତ ହୋଇଥିଲା। ଏହାର କିଛି 6 ମିନିଟ୍ ପରେ 5.5 ତୀବ୍ରତାର ଭୂକମ୍ପ ଦୋହଲାଇ ଦେଇଥିଲା ଜମ୍ମୁ କାଶ୍ମୀରକୁ।
ଏହାପରେ ତୃତୀୟ ଭୂକମ୍ପଟି 10.58 ରେ 4.6 ତୀବ୍ରତାର ଅନୁଭୂତ ହୋଇଥିଲା। ପରେ ପରେ ଚତୁର୍ଥ ଭୂକମ୍ପ 11.20 ରେ 5.4 ତୀବ୍ରତାର ଝଟକା ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଭୂକମ୍ପ ନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।