ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗୋପୀଗଞ୍ଜର ଜଣେ ମହିଳା ନିଜ 5 ସନ୍ତାନକୁ ଗଙ୍ଗା ନଦୀରେ ବୁଡାଇ ମାରିବାକୁ ଉଦ୍ୟମ କରିଛି । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ନଦୀରେ ଖୋଜାଖୋଜି ଆରମ୍ଭ କରି 4 ଜଣଙ୍କୁ ଉଦ୍ଧାର କରିଛି । ଅନ୍ୟ ଜଣେ ନିଖୋଜ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଜାହାଙ୍ଗୀରବାଦର ବାସିନ୍ଦା ଶ୍ରୀ ଯାଦବଙ୍କ ପତ୍ନୀ ମଞ୍ଜୁ ଯାଦବ ଗଙ୍ଗାଘାଟକୁ ନିଜ ପିଲାଙ୍କ ସହ ଗାଧୋଇବାକୁ ଆସିଥିଲେ । ହେଲେ ଆତ୍ମହତ୍ୟା କରିବା ପାଇଁ ମଞ୍ଜୁ ଯାଦବ ନିଜ 5 ପିଲାଙ୍କ ସହ ଗଙ୍ଗା ନଦୀ ଭିତରକୁ ଡେଇଁ ପଡିଥିଲେ । ଏହାପରେ ଗ୍ରାମବାସୀ ମାନେ ପିଲାଙ୍କ ସଂପର୍କରେ ପଚାରିବାରୁ ମହିଳା ଜଣଙ୍କ ପାଣିରେ ବୁଡାଇ ମାରି ଦେଇଥିବା କହିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରି 4 ଜଣଙ୍କୁ ଉଦ୍ଧାର କରିଛି ।