ଥାନେ: ମହାରାଷ୍ଟ୍ରର ଥାନେ ସେଣ୍ଟ୍ରାଲ ଜେଲର 4 କନେଷ୍ଟବଳ କୋରୋନା ପଜିଟିଭ ।ଏନେଇ ସୂଚନା ଦେଇଛନ୍ତି ଜେଲର ଇନ୍ସପେକ୍ଟର ଜେନେରାଲ ଦୀପକ ପାଣ୍ଡେ । ସମସ୍ତ 4 ସଂକ୍ରମିତ କନେଷ୍ଟବଳଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁମାନେ ସଂକ୍ରମିତ କନେଷ୍ଟବଳଙ୍କ ସଂସ୍ପର୍ଶ ଆସିଛନ୍ତି ସେମାନେ ସମସ୍ତେ କ୍ବାରେଣ୍ଟାଇନରେ ରହିବେ ।
ଥାନେ ସେଣ୍ଟ୍ରାଲ ଜେଲର 4 କନେଷ୍ଟବଳ କୋରୋନା ସଂକ୍ରମିତ - 4 କନେଷ୍ଟବଳ କୋରେନା ସଂକ୍ରମିତ
ଦେଶରେ ଅତି ଭୟଙ୍କର ହେବାରେ ଲାଗିଛି କୋରୋନା ସ୍ଥିତି । ମହାରାଷ୍ଟ୍ରରେ ସ୍ଥିତି ବିଗିଡିବାରେ ଲାଗିଛି । ମହାରାଷ୍ଟ୍ରର ମହାମାରୀ ଯୋଦ୍ଧାଙ୍କ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...
ଦେଶରେ କୋରୋନା ସଂକ୍ରମିତ ମାମଲାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି । ଏଠାରେ 1 ଲକ୍ଷ 28 ହଜାର 205ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ମାମଲା ମଧ୍ୟରୁ 58,068 ସକ୍ରିୟ ରହିବା ସହ 64 , 153 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କୋରୋନାରେ 5944 ଜଣଙ୍କ ଜୀବନ ଯାଇଛି ।
ସୂଚନାଯୋଗ୍ୟ, ଗତ 24 ଘଣ୍ଟା ଦେଶରେ 14,821 ନୂଆ ମାମଲା ସାମ୍ନାକୁ ଆସିଛି । 445 ଜଣଙ୍କ ଜୀବନ ଯାଇଛି । ଦେଶରେ ବର୍ତ୍ତମାନ ପଜିଟିଭ ମାମଲା 4,25,282 ରେ ପହଞ୍ଚିଛି । ସେଥି ମଧ୍ୟରୁ 1,74,384 ମାମଲା ସକ୍ରିୟ ରହିଥିବାବେଳେ 2,37,196 ଜଣ ସୁସ୍ଥ ହୋଇଫେରିଛନ୍ତି । ଆଜିର ରିପୋର୍ଟ ପରେ ମୃତ୍ୟୁ ସଂଖ୍ୟା 13699ରେ ପହଞ୍ଚିଛି ।